ମଣିଷ ପଣିଆର ନିଆରା ଚିତ୍ର, ବିପଦ ବେଳର ବନ୍ଧୁ ଡ୍ୟାନି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମଣିଷ ପଣିଆ ସମାଜରୁ ଦିନକୁ ଦିନ ହଜି ଯାଉଛି । ହେଲେ କିଛି ଲୋକଙ୍କ ନିକଟରେ ମଣିଷ ପଣିଆ ବଞ୍ଚି ରହିଛି । ବିପଦ ବେଳେ ପରିବାର ନିକଟରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା କେବଳ ନୁହେଁ, ସେହି ପରିବାରର ଜଣେ ସଦସ୍ୟଙ୍କ ଭଳି ଜୁଇ ଜଳିବା ବେଳେ ଆଖିକୁ ଓଦା କରି ସେଠାରେ ମନସ୍ତାପରେ ଛିଡା ହୋଇଥିବା ଭଳି ଘଟଣା କୋଚିତ ରାଜନେତାଙ୍କ ନିକଟରେ ଦେଖିବାକୁ ମିଳୁଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁକିନ୍ଦାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସମସ୍ତଙ୍କ ପ୍ରିୟ ଡ୍ୟାନି ଓ ଡ୍ୟାନି ଭାଇ ।

ଗତକାଲି ଖଣି ଅଞ୍ଚଳର ଦୁଇ ଜଣ ଯୁବକଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା । ଏହି ମୃତ୍ୟୁ ଖବର ଉଭୟଙ୍କ ପରିବାରକୁ ନୁହେଁ ପୁରା ଖଣି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା । ଏହି ଖବର ପାଇ ଭୁବନେଶ୍ୱରରୁ ଆସିଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆସିବା ବେଳେ ଖବର ପାଇଲେ ଯାଜପୁର ରୋଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ ସଂଖ୍ୟାରେ ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । ତୁରନ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଚିକିତ୍ସା ବିଷୟରେ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ଖଣି ଅଞ୍ଚଳକୁ ଯାଇଥିଲେ । ଖବର ପାଇଲେ ମୃତ ଦେହ ସ୍ମଶାନ ନିଆ ସରିଲାଣି । ସେଠାରୁ ସ୍ମଶାନ ଘାଟକୁ ଯାଇ ଉଭୟଙ୍କ ଶେଷ ଦର୍ଶନ କରି ଉଭୟଙ୍କ ପରିବାର ନିକଟରେ ପହଞ୍ଚିଥିଲେ । ସେଠାରେ ବେଶ ଶୋକାକୂଳ ପରିବେଶ ଭିତରେ ଉଭୟ ପରିବାରକୁ ସାନ୍ତ୍ୱନା ଦେଇଥିଲେ । କୁହ ଆଉ ଲୁହ ଭିତରେ ଯେ କେହି ଧର୍ଯ୍ୟ ଧରିବା କଷ୍ଟକର ହୋଇଥିଲା ବେଳେ ଉଭୟ ପରିବାରକୁ ଧର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ । ନିଜ ରାଜନୈତିକ ଜୀବନରେ ବିପଦ ବେଳେ ନିଜ ଲୋକଙ୍କ ସହିତ ଛିଡା ହେବାକୁ ପ୍ରାଥମିକତା ଦେଇଛନ୍ତି ଇଂ ଘଡାଇ । ସେଥିପାଇଁ ସମସ୍ତଙ୍କ ପ୍ରିୟ ମଣିଷ ହୋଇଛନ୍ତି । ଏ ନେଇ କୁହନ୍ତି ଭଗବାନ ଆମକୁ ମଣିଷ କରିଛନ୍ତି, ଆମ ପାଖରେ ମଣିଷ ପଣିଆ ରହିବା ଜରୁରୀ ।

The post ମଣିଷ ପଣିଆର ନିଆରା ଚିତ୍ର, ବିପଦ ବେଳର ବନ୍ଧୁ ଡ୍ୟାନି appeared first on orissaleads.

News