ମୃତକଙ୍କ ନିକଟରେ ପହଞ୍ଚି ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ
ଓଡ଼ିଶା ଲିଡ୍ସ(ଯାଜପୁର):ଦାନଗଦୀ ବ୍ଲକ ଉଚ୍ଚବାଲି ପଞ୍ଚାୟତର ତରାଇଲୋ ଗାଁରେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ବସନ୍ତ ପାତ୍ର ଓ ସୁଦର୍ଶନ ପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ଏହି ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଗାଁକୁ ତୁରନ୍ତ ଏକ ଡାକ୍ତରୀ ଦଳ ପଠାଇ ଚିକିତ୍ସା କରିବା ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ।
The post ମୃତକଙ୍କ ନିକଟରେ ପହଞ୍ଚି ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ appeared first on orissaleads.
News