ସ୍ୱତନ୍ତ୍ର ଡାକ୍ତରୀ ଟିମ ସହିତ ଅଧିକ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ୍ସ ରେ ଜଣାଇଲେ ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦୁଇଦିନ ହେଲା ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ବ୍ୟାପିଛି । ଜିଲ୍ଲାର ଦୁଇ ଶହରୁ ଉର୍ଦ୍ଧ୍ଵ ରୋଗୀ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ରୋଗୀଙ୍କ ଅବସ୍ଥା ଉଦବେଗ ଜନକ ହେବାରୁ ସେମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ କଟକ ପଠା ଯାଉଛି । ଏପରି ସ୍ଥଳେ ଆମ୍ବୁଲାନ୍ସର ଅଭାବ ଦେଖା ଦେଇଛି । ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ୩୦ରୁ ଉର୍ଦ୍ଧ୍ଵ ରୋଗୀ କେନ୍ଦୁଝର ଜିଲ୍ଲାର ଦୁଇଟି ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଜିଲ୍ଲାରେ ଅଧିକ ଆମ୍ବୁଲାନ୍ସ ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ଡାକ୍ତରୀ ଟିମ ପଠାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ୍ସ ଜରିଆରେ ଅବଗତ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏହା ସହିତ ଯାଜପୁର ଜିଲ୍ଲାପାଳ ଓ କେନ୍ଦୁଝର ଉପ ଜିଲ୍ଲାପାଳଙ୍କ ସହିତ ମଧ୍ୟ ଏ ନେଇ ଆଲୋଚନା କରିଛନ୍ତି ଇଂ ଘଡାଇ ।

The post ସ୍ୱତନ୍ତ୍ର ଡାକ୍ତରୀ ଟିମ ସହିତ ଅଧିକ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ୍ସ ରେ ଜଣାଇଲେ ଇଂ ପ୍ରୀତିରଞ୍ଜନ appeared first on orissaleads.

News