ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇରାନ୍‌ ଉପରେ ଇସ୍ରାଏଲ୍‌ର ବଡ଼ ଧରଣର ଆକ୍ରମଣ କରିଛି । ଇରାନର ରାଜଧାନୀ ତେହେରାନ ନିକଟବର୍ତ୍ତୀ ଅଞ୍ଚଳରେ ଏହି ସାମରିକ ଆକ୍ରମଣ କରିଛି ଇସ୍ରାଏଲ୍ । ଏହି ଆକ୍ରମଣ ଇରାନର ପରମାଣୁ କେନ୍ଦ୍ର ଏବଂ ଏହାର ପ୍ରମୁଖ ବୈଜ୍ଞାନିକମାନଙ୍କୁ ଟାର୍ଗେଟ କରି କରାଯାଇଛି ।

ଏହି ଆକ୍ରମଣ ପରେ ଇସ୍ରାଏଲରେ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି । ଇରାନ୍‌ର ରାଷ୍ଟ୍ରୀୟ ଗଣମାଧ୍ୟମ ଅନୁଯାୟୀ, ତେହେରାନ୍‌ର ଉତ୍ତର-ପୂର୍ବାଞ୍ଚଳରେ ଭୀଷଣ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଅପରେସନ୍‌ ରାଇଜିଂ ଲାୟନ ଇରାନର ପରମାଣୁ ବିପଦକୁ ରୋକିବା ପାଇଁ ଆରମ୍ଭ ହୋଇଛି । ଫଳରେ ଇରାନର ମୁଖ୍ୟ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରିଛି ଇସ୍ରାଏଲ୍‌ । ଅନ୍ୟପଟେ ଇସ୍ରାଏଲ ଆକ୍ରମଣରେ ଇରାନର ଶକ୍ତିଶାଳୀ ରିଭୋଲ୍ୟୁସନାରି ଗାର୍ଡସ୍‌ ମୁଖ୍ୟ ହୋସେନ ସାଲାମୀ ନିହତ ହୋଇଥିବା ଚର୍ଚ୍ଚା ହେଉଛି । ଏହି ଆକ୍ରମଣ ସାରା ବିଶ୍ୱ ନେତୃବୃନ୍ଦଙ୍କୁ ଚିନ୍ତାରେ ପକାଇଛି ।

The post ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍ appeared first on orissaleads.

News