ଭୁଶୁଡିଲା ସେତୁ, ଭାସିଗଲେ ୨୦ ପର୍ଯ୍ୟଟକ, ଉଦ୍ଧାର ଜାରୀ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୁଣେର ଇନ୍ଦ୍ରାୟଣୀ ନଦୀରେ ଥିବା ପାଦଚଲା ସେତୁ ଭୁଶୁଡି ପଡିଛି । ସେତୁ ଭୁଶୁଡି ପଡିବାରୁ ଅନ୍ୟୁନ ୨୦ ଜଣ ପର୍ଯ୍ୟଟକ ଭାସି ଯାଇଥିବା ଜଣା ଯାଇଛି । ନିଖୋଜ ଲୋକ ମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ମହାରାଷ୍ଟ୍ର ପୁଣେରେ ଆଜି ଅପରାହ୍ନରେ ତଲେଗାଓଁ ଅଞ୍ଚଳରେ ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ଏକ ପାଦଚଲା ସେତୁ ଭୁଶୁଡି ଯାଇଛି । ଏହି ଦୁର୍ଘଟଣା ସମୟରେ ସେତୁ ଉପରେ ପ୍ରାୟ ୨୦ ଜଣ ପର୍ଯ୍ୟଟକ ଛିଡା ହୋଇଥିଲେ । ବ୍ରିଜ ଭୁଶୁଡିବା ପରେ ସମସ୍ତ ପର୍ଯ୍ୟଟକ ନଦୀରେ ଭାସି ଯାଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି ।
। ଏହି ଘଟଣାରେ ଏବେ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ପୁଣେରେ କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାୟଣୀ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଆଜି ଅପରାହ୍ନରେ ବହୁସଂଖ୍ୟାରେ ପର୍ଯ୍ୟଟକ ନଦୀ ଉପରେ ଥିବା ଏକ ପୁରୁଣା ପାଦଚଲା ସେତୁ ଉପରୁ ବଢି ପାଣି ଦେଖୁଥିଲେ । ଏହି ସମୟରେ ନଦୀରେ ପ୍ରବଳ ସ୍ରୋତ ଆସିବାରୁ ସେତୁଟି ଭୁଶୁଡି ପଡିଥିଲା ।
The post ଭୁଶୁଡିଲା ସେତୁ, ଭାସିଗଲେ ୨୦ ପର୍ଯ୍ୟଟକ, ଉଦ୍ଧାର ଜାରୀ appeared first on orissaleads.
News