ରାଜ୍ୟରେ ହଇଜା ସ୍ଥିତି ନେଇ ଚିନ୍ତା ପ୍ରକଟ କଲେ ନବୀନ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ହଇଜା ସ୍ଥିତି ଚିନ୍ତା ଜନକ ହେଉଛି । ଆଜି ସୁଦ୍ଧା ହଇଜାରେ ୧୪ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ହଇଜା ଏବେ କେନ୍ଦ୍ରାପଡା, କେନ୍ଦୁଝର, ଭଦ୍ରକ ଓ କଟକ ଜିଲ୍ଲାକୁ ବ୍ୟାପି ଚାଲିଛି । ଏହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ ।
ହଇଜାରେ ମୃତ ବ୍ୟକ୍ତିଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ରାଜ୍ୟରେ ହଇଜା ବ୍ୟାପିଲା ବେଳେ ରାଜ୍ୟ ସରକାର ଏହାକୁ ହାଲକା ଭାବେ ନେବା ସମସ୍ତଙ୍କୁ ଚକିତ ଓ ବିଚଳିତ କରୁଥିବା କହିଛନ୍ତି । ଲୋକଙ୍କ ଜୀବନକୁ ବିପଦକୁ ନ ଠେଲି ସରକାର ସଜାଗ ହୁଅନ୍ତୁ ଓ ହଇଜାର ବ୍ୟାପକତାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
The post ରାଜ୍ୟରେ ହଇଜା ସ୍ଥିତି ନେଇ ଚିନ୍ତା ପ୍ରକଟ କଲେ ନବୀନ appeared first on orissaleads.
News