ମୃତକଙ୍କ ନିକଟରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦା ବ୍ଲକ ହାତୀବାରି ପଞ୍ଚାୟତର ବୈରୀମାଳ ଗାଁରେ ହଇଜାରେ ଆକ୍ରାନ୍ତ ହୋଇ ବସନ୍ତ ବାରିକଙ୍କ ଦେହାନ୍ତ ହୋଇଛି । ଏହି ଖବର ପାଇ ତାଙ୍କ ବାସଭବନରେ ପହଁଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣେଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏହି ଅବସରରେ ଗ୍ରାମବାସୀ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

The post ମୃତକଙ୍କ ନିକଟରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ appeared first on orissaleads.

News