ଛାତ୍ରଛାତ୍ରୀ ସଂକ୍ରମିତ ହେବା ଆଶଙ୍କା, ବିଦ୍ୟାଳୟ ଶୌଚାଳୟର ସ୍ଵଛତା ପ୍ରତି ଧ୍ୟାନ ଦିଅନ୍ତୁ କର୍ତ୍ତୁପକ୍ଷ

ଡ଼ିଶା ଲିଡ୍ସ(ଯାଜପୁର): ଜିଲ୍ଲାରେ ଡାଇରିଆ ଆତଙ୍କ ଖେଳାଇଥିଲା ବେଳେ ଜିଲ୍ଲା ପ୍ରଶାସନ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ପରିବେଶ ସଫା ସୁତୁରା ରଖିବା ଉପରେ ଗୁରୁତ୍ୱ ଦେଉଛି । ସବୁ ପାଣି ଟାଙ୍କି ଓ ନଳକୂପକୁ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଜିଲ୍ଲାପାଳ । ହେଲେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଥିବା ଶୌଚାଳୟ ଗୁଡିକ ଅତ୍ୟନ୍ତ ଅପରିଷ୍କାର ହୋଇଥିବା ଦେଖିବାକୁ ମିଳୁଛି । ଯେଉଁଥିରେ ଶୌଚ ହେଲେ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି । ଡାଇରିଆ ରୋଗରେ ଛୋଟ ଛୋଟ ପିଲା ଆକ୍ରାନ୍ତ ହେବାର ସମ୍ଭାବନା ମଧ୍ୟ ରହିଛି । ବିଦ୍ୟାଳୟ ଗୁଡିକ ବନ୍ଦ ଥିଲା ବେଳେ ସମସ୍ତ ବିଦ୍ୟାଳୟ ମଧ୍ୟ ନିକଟରେ ଖୋଲିବାକୁ ଯାଉଛି । ବିଦ୍ୟାଳୟ ଗୁଡିକରେ ଥିବା ଶୌଚାଳୟ ଗୁଡିକର ପିଲା ଶୌଚ ହେଉଥିଲା ବେଳେ ଏହା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ରହିଛି । ଏହା ସଫା ହେଉନଥିଲା ବେଳେ କେଉଁଠି ପାଣି ଟ୍ୟାପ ନାହିଁ ତ ଅନ୍ୟ କେଉଁଠି ଫିନାଇଲ ଟିକେ ମଧ୍ୟ ପଡୁ ନାହିଁ । ବିଶେଷ କରି ଘରୋଇ ବିଦ୍ୟାଳୟ ଗୁଡିକର ଶୌଚାଳୟ ଗୁଡିକ ଆଦୌ ସଫା ହେଉ ନଥିବା ଅଭିଯୋଗ ହେଉଛି । ଯାହା ଫଳରେ ଏହି ଶୌଚାଳୟରେ ଶୌଚ ହେବାରୁ ବିଭିନ୍ନ ରୋଗରେ କୋମଳମତୀ ପିଲା ମାନେ ଆକ୍ରାନ୍ତ ହେଉଛନ୍ତି । ଶୌଚାଳୟ ଗୁଡିକରୁ ଡାଇରିଆ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି । ତେଣୁ କର୍ତ୍ତୁପକ୍ଷ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଅବିଭାବକ ମାନେ ଦାବି କରିଛନ୍ତି ।

The post ଛାତ୍ରଛାତ୍ରୀ ସଂକ୍ରମିତ ହେବା ଆଶଙ୍କା, ବିଦ୍ୟାଳୟ ଶୌଚାଳୟର ସ୍ଵଛତା ପ୍ରତି ଧ୍ୟାନ ଦିଅନ୍ତୁ କର୍ତ୍ତୁପକ୍ଷ appeared first on orissaleads.

News