ଭକ୍ତଙ୍କ ସୂଚନା, ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୁଲାଇ ଦ୍ବିତୀୟ ସପ୍ତାହର ୯ ତାରିଖରେ ଓଡ଼ିଶା ଆସିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ରାହୁଲଙ୍କ ସହିତ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଗସ୍ତ କରିବେ ।

ଏହି ସମୟରେ ଭୁବନେଶ୍ୱର ଠାରେ କଂଗ୍ରେସ ପକ୍ଷରୁ ବଡ଼ ସମାବେଶ ଆୟୋଜନ ହେବ ବୋଲି ପିସିସି ସଭାପତି ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଏକ ବର୍ଷ ମଧ୍ୟରେ ବିଜେପି ସରକାରଙ୍କର ବିଫଳତାକୁ ନେଇ କଂଗ୍ରେସ ଏହି ସମାବେଶ କରିବ।
ବହୁତଦିନ ଧରି ରାହୁଲ ଗାନ୍ଧୀ ଓଡ଼ିଶା ଆସିନାହାନ୍ତି । ରାହୁଲଙ୍କ ଗସ୍ତ ପରେ ଦଳ ଅଧିକ ସଙ୍ଗଠିତ ହେବ ବୋଲି କଂଗ୍ରେସ ଆଶା କରିଛି ।

The post ଭକ୍ତଙ୍କ ସୂଚନା, ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ appeared first on orissaleads.

News