ବରଯାତ୍ରୀଙ୍କ ଉପରେ ଗଛ ପଡ଼ି ଜଣେ ମୃତ, ୪ ଆହତ
ଓଡ଼ିଶା ଲିଡ୍ସ(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ତେଲକୋଇରେ ବରଯାତ୍ରୀ ଯାଉଥିଲା ବେଳେ ଏକ ଗଛ ବରଯାତ୍ରୀଙ୍କ ଉପରେ ପଡିବାରୁ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଉ ଚାରିଜଣ ଆହତ ହୋଇଛନ୍ତି । କରଦାଙ୍ଗ ଗାଁ ପାଖରେ ଡିଜେ ଗାଡ଼ି ଗଛରେ ଲାଗିବାରୁ ଗଛର ଡାଳ କଟା ହେଉଥିଲା । ଏହି ସମୟରେ ସମ୍ପୂର୍ଣ୍ଣ ଗଛଟି ଭାଙ୍ଗି ପଡିଥିଲା । ଗଛ ତଳେ ବରଯାତ୍ରୀ ମାନେ ଛିଡା ହୋଇଥିଲା ବେଳେ ଗଛଟି ସେମାନଙ୍କ ଉପରେ ପଡି ଯାଇଥିଲା । ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟ ପଠା ଯାଇଛି ।
The post ବରଯାତ୍ରୀଙ୍କ ଉପରେ ଗଛ ପଡ଼ି ଜଣେ ମୃତ, ୪ ଆହତ appeared first on orissaleads.
News