ସୁକିନ୍ଦାରେ ତୀବ୍ର ପ୍ରତିକ୍ରିୟା, ଇଂ ପ୍ରୀତିରଞ୍ଜନଙ୍କୁ ହତ୍ୟା ଧମକ

ଓଡ଼ିଶା ଲିଡ୍ସ(ଯାଜପୁର): ପୂର୍ବତନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କୁ ହତ୍ୟା ଧମକ ଦେଇଛନ୍ତି ବିଜେପି ସମର୍ଥିତ ଗୁଣ୍ଡା ମାନେ। ଏହି ଖବର ପ୍ରକାଶ ପରେ ଆଜି କେବଳ ସୁକିନ୍ଦା ନୁହେଁ ତମାମ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଆଜି ମଧ୍ୟାହ୍ନରେ ସୁକିନ୍ଦା ଖଣି ଅଞ୍ଚଳରେ ବିଜେପି ସମର୍ଥିତ ଗୁଣ୍ଡା ମାନେ ଶ୍ରମିକ ସଂଗଠନ କାର୍ଯ୍ୟାଳୟରେ ପଶି ବିଭିନ୍ନ ମାରଣାସ୍ତ୍ର ଧରି ଭଙ୍ଗାରୁଜା କରିବା ସହିତ ଟୁଟୁ ବଳ ଜିନ୍ଦାବାଦ, ଭିକି ବାବୁ ଜିନ୍ଦାବାଦ, ବାବି ବେଉରିଆ ଜିନ୍ଦାବାଦ ପକାଇଥିଲେ । ଭଙ୍ଗାରୁଜା କରିଥିବା ଯୁବକ ମାନେ ହାତରେ ବନ୍ଧୁକ, ଖଣ୍ଡା ସହିତ ବିଭିନ୍ନ ମାରଣାସ୍ତ୍ର ଧରିଥିଲେ । ଆକ୍ରମଣକାରୀ ମାନେ କିଛି ବୋମା ମାଡ଼ କରିଥିଲା ବେଳେ ସେଗୁଡିକ ଶୋଭାଗ୍ୟ କ୍ରମେ ଫୁଟି ନଥିବା ଜଣା ଯାଇଛି । ଆଜି ଖଣି ଅଞ୍ଚଳରେ ଥିବା ଶ୍ରମିକ ସଂଗଠନ କାର୍ଯ୍ୟାଳୟରେ ଇଂ ପ୍ରୀତିରଞ୍ଜନ ଘଡାଇଙ୍କର ଏକ ବୈଠକ କାର୍ଯ୍ୟକ୍ରମ ଥିଲା ବେଳେ ଏହାକୁ ନଜରରେ ରଖି ଆକ୍ରମଣ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି । ହେଲେ ଶେଷ ମୁହୂର୍ତ୍ତରେ ଇଂ ଘଡାଇ ଏହି ବୈଠକକୁ ସ୍ଥଗିତ ରଖିଥିଲେ । ଯାହା ଫଳରେ ସେ ବର୍ତ୍ତି ଯାଇଥିବା ଆଲୋଚନା ହେଉଛି ।

The post ସୁକିନ୍ଦାରେ ତୀବ୍ର ପ୍ରତିକ୍ରିୟା, ଇଂ ପ୍ରୀତିରଞ୍ଜନଙ୍କୁ ହତ୍ୟା ଧମକ appeared first on orissaleads.

News