ଏବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି, ଗଞ୍ଜେଇ ମୁକ୍ତ ହେବ ରାଜ୍ୟ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଏ ବର୍ଷ ରାଜ୍ୟରେ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଚଳିତ ବର୍ଷ ଓଡ଼ିଶା ଗଞ୍ଜେଇ ମୁକ୍ତ ହେବ ବୋଲି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।ଅବକାରୀ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିଭିନ୍ନ ଜନଜାତିର ଲୋକଙ୍କୁ ଗଞ୍ଜେଇ ମାଫିଆ ପ୍ରଲୋଭିତ କରାଇ ଅନେକ ସ୍ଥାନରେ ଚୋରା ଗଞ୍ଜେଇ ବ୍ୟବସାୟ କରନ୍ତି । ଏବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଜନଜାତିର ଗରିବ ଲୋକଙ୍କୁ ମିଛ କହି ଯେଉଁମାନେ ଗଞ୍ଜେଇ ଚାଷ କରୁଛନ୍ତି ସରକାର ତାଙ୍କ ଉପରେ ନଜର ରଖିବା ସହିତ ସେମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବେ । ଗଞ୍ଜେଇ ଚାଷ ନ କଲେ ଜନଜାତିଙ୍କ ପାଇଁ ଏହାର ବିକଳ୍ପ ରୋଜଗାର କ’ଣ ହୋଇପାରିବ ସେ ନେଇ ପୋଲିସ ବିଭାଗ ସହ ଆଲୋଚନା କରାଯାଉଛି । ଜନଜାତି ମାନଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ କରାଇବା ଓ ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ ରାଜ୍ୟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

The post ଏବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି, ଗଞ୍ଜେଇ ମୁକ୍ତ ହେବ ରାଜ୍ୟ appeared first on orissaleads.

News