ବଦଳିଲେ ଏସପି ଓ ଜିଲ୍ଲାପାଳ, ପୁରୀରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ସରକାରଙ୍କ କଠୋର ଆଭିମୁଖ୍ୟ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଶରଧାବାଲିରେ ଦଳାଚକଟାରେ ରଥରେ ତିନି ଦିଅଁଙ୍କୁ ଦର୍ଶନ କରିବାକୁ ଆସିଥିବା ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦାୟିତ୍ୱରେ ଅବହେଳା କାରଣରୁ ରାଜ୍ୟ ସରକାର ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି। ପୁରୀ ଜିଲ୍ଲାପାଳ ଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ବିନୀତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବାବେଳେ ସେମାନଙ୍କ ସ୍ଥାନରେ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା ଓ ଏସ୍ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।

ଜିଲ୍ଲାପାଳ ଥିବା ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ସାଧାରଣ ପ୍ରଶାସନ ବିଭାଗ ଓଏସଡି ଦାୟିତ୍ବ ଦିଆଯାଇଥିବା ବେଳେ ଆଡିସନାଲ ଏସପି ଥିବା ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ମଧ୍ୟ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଗୃହରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ମୃତ ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉନ୍ନୟନ କମିଶନରଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି | ରଥଯାତ୍ରାରେ ଭିଡ଼ଜନିତ ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି ।

The post ବଦଳିଲେ ଏସପି ଓ ଜିଲ୍ଲାପାଳ, ପୁରୀରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ସରକାରଙ୍କ କଠୋର ଆଭିମୁଖ୍ୟ appeared first on orissaleads.

News