ରାଜପଥ ବିଭାଗର ଏମିତି କାମ, ୧୫ ଦିନରେ ଉଠି ଯାଉଛି ପିଚୁ
ଓଡ଼ିଶା ଲିଡ୍ସ(ଯାଜପୁର): ଜାତୀୟ ରାଜପଥ ବିଭାଗ ଏବେ ଦୁର୍ନୀତିର ଗନ୍ତାଘରରେ ପରିଣତ ହୋଇଛି । ଏବେ କୁଆଖିଆ-ଧାମରା ୨୦ ନମ୍ବର ଜାତୀୟ ରାଜପଥର ଯାଜପୁର ଟାଉନ ମଲ୍ଲିକାପୁର ଠାରୁ ମାନସାପୋଲ ରାସ୍ତା ମରାମତି ହେଉଛି । ଏହି ରାସ୍ତାର ମଲ୍ଲିକାପୁର ଠାରୁ ଏନ.ସି କଲେଜ ପର୍ଯ୍ୟନ୍ତ ରାସ୍ତାକୁ ନୂତନ ଭାବେ ପିଚୁ କରାଯାଇଛି । ହେଲେ ଏହି କାମ ଏତେ ନିମ୍ନ ମାନର ହୋଇଛି ଯେ ପିଚୁ ପଡିବାର ୧୫ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରୁ ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି । ପିଚୁ ପଡିବା ବେଳେ କିଛି ସ୍ଥାନରେ ରାସ୍ତାରେ ପିଚୁ ମଧ୍ୟ ଲାଗି ନଥିବା ଦେଖିବାକୁ ମିଳିଛି । ପିଚୁ ହୋଇଥିଲେ ମଧ୍ୟ ରାସ୍ତା ସମତଳ ହୋଇ ନାହିଁ । ଏଭଳି ପିଚୁ ହୋଇଥିଲା ବେଳେ ଆହୁରି ବହୁ ସ୍ଥାନ ପିଚୁ କାମ ମଧ୍ୟ ସରିନାହିଁ ।
କାମ ସରିବା ପୂର୍ବରୁ ଯଦି ପିଚୁ ଉଠି ଯାଉଛି ତେବେ କାମର ମାନ କିଭଳି ହୋଇଛି ତାହା ଜଳ ଜଳ ହୋଇ ଦେଖା ଯାଉଛି । ପିଚୁ କାମ ବେଳେ ରାଜପଥ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ନା ଠିକାଦାର ତାଙ୍କ ମର୍ଜିରେ କାମ କରୁଥିଲେ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଯଦି ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ତେବେ ନିମ୍ନ ମାନର କାମ କିଭଳି ହେଲା ବୋଲି ସାଧାରଣରେ ପ୍ରଶ୍ନ ହୋଇଛି ।
The post ରାଜପଥ ବିଭାଗର ଏମିତି କାମ, ୧୫ ଦିନରେ ଉଠି ଯାଉଛି ପିଚୁ appeared first on orissaleads.
News