ଧର୍ମଶାଳା ବ୍ଳକର ୧୪୫ ଜଣ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ରାସନ କାର୍ଡ ବଣ୍ଟନ

ଓଡ଼ିଶା ଲିଡ୍ସ(ଯାଜପୁର): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଧର୍ମଶାଳା ବ୍ଲକର ୪୫ ଗୋଟି ପଞ୍ଚାୟତର ୧୪୫ ଜଣ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିଛନ୍ତି ରାଜ୍ୟ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଜାରକା ସ୍ଥିତ ଧର୍ମଶାଳା ଷ୍ଟାଡିୟମ ପରିସରରେ ଥିବା ବ୍ଲକ ସଭା ଗୃହରେ ରବିବାର ଅପରାହ୍ନରେ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀ କାର୍ଡ ବଣ୍ଟନ କରିଛନ୍ତି । ସରକାର ପରିବର୍ତ୍ତନ ପରେ ବହୁ ଭୂତ ରାସନ୍ କାର୍ଡ ଧରାପଡ଼ିଥିଲା ଓ ଆୟକର ଦାତାଙ୍କ ନାମରେ ମଧ୍ୟ ରାସନ୍ କାର୍ଡ ବଣ୍ଟନ ହୋଇଥିବା ଦେଖିବାକୁ ମିଳିଥିଲା । ସରକାରଙ୍କ ନୋଟିସ ପରେ ତଦନ୍ତ କରାଯାଇ ଏହି ରାସନ୍ କାର୍ଡ ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ହଟା ଯାଇ ବାସ୍ତବରେ ଦାରିଦ୍ର୍ୟ ସୀମାରେଖା ତଳେ ବସ ବାସ କରୁଥିବା ହିତାଧିକାରୀଙ୍କୁ ରାସନ୍ କାର୍ଡ ବଣ୍ଟନ କରାଯାଉଛି । ଧର୍ମଶାଳା ବ୍ଲକରେ ୭ ଶହ ପରିବାର ନୂତନ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ହିତାଧିକାରୀ ଭାବେ ଆବେଦନ କରିଥିବା ବେଳେ ୧୪୫ ଜଣ ହିତାଧିକାରୀଙ୍କୁ ରାସନ୍ କାର୍ଡ ବଣ୍ଟନ କରାଯାଇଛି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ବହୁ ଦିନ ହେବ ରାସନ କାର୍ଡ ଅପେକ୍ଷାରେ ଥିବା ରାଜ୍ୟର ୬ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଆହୁରି ୧୫ ଲକ୍ଷ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ଭାଜପା ସଭାନେତ୍ରୀ ଦେବଯାନୀ ପ୍ରଧାନ, ଧର୍ମଶାଳା ବିଡ଼ିଓ ଜ୍ୟୋତିର୍ମୟ କରଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।

The post ଧର୍ମଶାଳା ବ୍ଳକର ୧୪୫ ଜଣ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ରାସନ କାର୍ଡ ବଣ୍ଟନ appeared first on orissaleads.

News