ରାଜ୍ୟ ବିଜେପି ସଭାପତିଙ୍କ କଠୋର ଆଭିମୁଖ୍ୟ, ବିଏମସି କାର୍ଯ୍ୟାଳୟ ହିଂସାକାଣ୍ଡରେ ସମ୍ପୃକ୍ତ ୫ ଜଣ ଦଳରୁ ନିଲମ୍ବିତ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ସୋମବାର ହିଂସାକାଣ୍ଡ ଶାସକ ବିଜେପିକୁ ବେଶ ଅପ୍ରସ୍ତୁତ କରିବା ସହିତ ନିନ୍ଦିତ କରିଛି । ଏହାକୁ ନେଇ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହି ଗଣ୍ଡଗୋଳରେ ସମ୍ପୃକ୍ତି ଅଭିଯୋଗରେ ୫ ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି ।
ନିଲମ୍ବିତ ସଦସ୍ୟ ମାନେ ହେଲେ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚ୍ଚିକାନ୍ତ ସ୍ୱାଇଁ ଏବଂ ସଂଜୀବ ମିଶ୍ର ।
The post ରାଜ୍ୟ ବିଜେପି ସଭାପତିଙ୍କ କଠୋର ଆଭିମୁଖ୍ୟ, ବିଏମସି କାର୍ଯ୍ୟାଳୟ ହିଂସାକାଣ୍ଡରେ ସମ୍ପୃକ୍ତ ୫ ଜଣ ଦଳରୁ ନିଲମ୍ବିତ appeared first on orissaleads.
News