ଗିଲଙ୍କ ଦ୍ଵିଶତକ ପରେ ଶତକ, ଦୃଢ଼ ସ୍ଥିତିରେ ଭାରତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭ୍ରମଣକାରୀ ଭାରତ ଇଂଲଣ୍ଡ ସହିତ ଦ୍ଵିତୀୟ ଟେଷ୍ଟ ବର୍ମିଙ୍ଗହାମରେ ଖେଳୁଥିଲା ବେଳେ ପ୍ରଥମ ଇନିଂସରେ ଦ୍ଵିଶତକ କରିଥିବା ଅଧିନାୟକ ଶୁଭମନ ଗିଲ ଦ୍ଵିତୀୟ ଇନିଂସରେ ମଧ୍ୟ ଚମତ୍କାର ଶତକ ହାସଲ କରିଛନ୍ତି । ଅଧିନାୟକ ଗିଲଙ୍କ ଏହି ବ୍ୟାଟିଂ ସଫଳତା ଇଂଲଣ୍ଡ ବିରୁଦ୍ଧରେ ଭାରତର ସ୍ଥିତି ମଜବୁତ କରିଛି । ଗିଲ ଭାରତର ତୃତୀୟ ଅଧିନାୟକ ଭାବେ ଗୋଟିଏ ଟେଷ୍ଟରେ ଦ୍ଵିଶତକ ଓ ଶତକ ହାସଲ କରିଛନ୍ତି । ଗିଲଙ୍କ ପୂର୍ବରୁ ସୁନୀଲ ଗଭାସ୍କର ଓ ବିରାଟ କୋହଲି ଏହି ସଫଳତା ପାଇଛନ୍ତି । ପ୍ରଥମ ଇନିଂସରେ ଗିଲ ୩୮୭ ବଲରେ ୨୬୯ ରନ ସଂଗ୍ରହ କରିଥିଲେ । ଅନ୍ୟ ପକ୍ଷରେ ପ୍ରଥମ ଇନିଂସରେ ଅର୍ଦ୍ଧ ଶତକ କରିଥିବା ଜାଡେଜା ମଧ୍ୟ ଅର୍ଦ୍ଧ ଶତକ ହାସଲ କରିଛନ୍ତି ।

The post ଗିଲଙ୍କ ଦ୍ଵିଶତକ ପରେ ଶତକ, ଦୃଢ଼ ସ୍ଥିତିରେ ଭାରତ appeared first on orissaleads.

News