ବଢୁଛି ବିଭିନ୍ନ ନଦୀର ଜଳସ୍ତର, ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ: ସୁରେଶ ପୂଜାରୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢୁଛି ।କୌଣସି ନଦୀରେ ଜଳସ୍ତର ବିପଦ ସଙ୍କେତ ଛୁଇଁ ନଥିଲେ ମଧ୍ୟ ଜଳସ୍ତର ବଢିବା କାରଣରୁ ଏହା ବିପଦ ସଂକେତ ଛୁଇଁବା ଆଶଙ୍କାକୁ ବଢ଼ାଇ ଦେଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ବନ୍ୟା ସ୍ଥିତି ଉପୁଜିଲେ ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ ଶ୍ରୀ ପୂଜାରୀ କହିଛନ୍ତି ।ବର୍ଷାରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ର କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ, କ୍ଷତିପୂରଣ ପାଇଁ ସରକାର ପଦକ୍ଷେପ ନେବେ ।

ଅନ୍ୟପଟେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ହୀରାକୁଦରେ ୨୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି | ଘଣ୍ଟା ପ୍ରତି ୩ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ ଜଳ ନିଷ୍କାସନ ହେଉଛି |

ଆସନ୍ତାକାଲି ମୁଣ୍ଡୁଳିରେ ସାଢେ ୪ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ । ହେଲେ ଏହା ବିପଦ ସଂକୁଳ ତଳେ ରହିବ । ଯଦି ଉପର ମୁଣ୍ଡରେ ଅଧିକ ବର୍ଷା ହୁଏ ତେବେ ଅଧିକ ଗେଟ ଖୋଲିବା ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ସ୍ଥିତିରେ ଜଳ ଭଣ୍ଡାର ସ୍ତର ହ୍ରାସ ପାଉଛି, ଯାହା ଫଳରେ ମହାନଦୀ ତଳ ମୁଣ୍ଡରେ ବନ୍ୟା ସ୍ଥିତି ନାହିଁ ବୋଲି ସେ କହିଛନ୍ତି । ରେଙ୍ଗାଲି ଡ୍ୟାମରେ ଦୁଇଟି ଗେଟ ଖୋଲା ଯାଇଥିଲା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ତଳିଆ ଅଞ୍ଚଳରେ କୌଣସି ବନ୍ୟା ପରିସ୍ଥିତି ନାହିଁ ବୋଲି ସେ କହିଛନ୍ତି ।

The post ବଢୁଛି ବିଭିନ୍ନ ନଦୀର ଜଳସ୍ତର, ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ: ସୁରେଶ ପୂଜାରୀ appeared first on orissaleads.

News