ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା, ପ୍ରଥମ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରଷ୍କୃତ ହେଲେ ମୟଙ୍କ ପତି

ଓଡ଼ିଶା ଲିଡ୍ସ(ଯାଜପୁର): ରାଜ୍ୟ ସ୍ତରୀୟ ବନ ମହୋତ୍ସଵ ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ବରୀ ବ୍ଲକ ବାଲିଆ ଗ୍ରାମର ମୟଙ୍କ ପତି । ଭୁବନେଶ୍ୱର ଠାରେ ରାଜ୍ୟର ବିଭିନ୍ନ ସ୍କୁଲକୁ ନେଇ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆ ଗ୍ରାମର ମାନସ ରଞ୍ଜନ ପତି ଏବଂ ପୁଷ୍ପାଞ୍ଜଳି ଦାଶଙ୍କ ଏକମାତ୍ର ପୁତ୍ର ମୟଙ୍କ ପତି କଟକ ନୂଆବଜାର ସ୍ଥିତ ଏସ୍ଟି ଜାଭିଅର ସ୍କୁଲ ତରଫରୁ ବକ୍ତୃତା ପ୍ରତିଯୋଗିତା ଅଂଶ ଗ୍ରହଣ କରିଥିଲେ । ମୟଙ୍କ ପ୍ରଥମ ସ୍ଥାନ ଅଧିକାର କରିବାକୁ ନେଇ ଖୁସି ବ୍ୟକ୍ତ କରିଥିଲା ବେଳେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନିଜ ପିତା ମାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଏହି ସଭାରେ ଅତିଥି ଭାବେ ଯୋଗଦାନ କରିଥିଲେ ।

The post ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା, ପ୍ରଥମ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରଷ୍କୃତ ହେଲେ ମୟଙ୍କ ପତି appeared first on orissaleads.

News