ନିଆରା ରାଜନେତାଙ୍କ ନିଆରା ପଣ, ଚା ଦୋକାନରେ ଡ୍ୟାନିଙ୍କୁ ଦେଖି ଭିଡ

ଓଡ଼ିଶା ଲିଡ୍ସ(ଯାଜପୁର): ନିଜ ନିଆରା ପଣ ପାଇଁ ବେଶ ଚର୍ଚ୍ଚିତ ଓ ଲୋକପ୍ରିୟ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ(ଡ୍ୟାନି) । ସାଧାରଣ ଲୋକଙ୍କ ସହିତ ଖୋଲା ହୃଦୟରେ ମିଶିବା, ସୁଖ ଦୁଃଖ ବାଣ୍ଟିବା ତାଙ୍କ ନିଆରା ପଣ ଭିତରୁ ଅନ୍ୟତମ । ଗତକାଲି ସକାଳେ ସୁକିନ୍ଦା ଯିବା ସମୟରେ ଦାନଗଦି ବ୍ଲକ ସମ୍ମୁଖ ଚା ଦୋକାନରେ କିଛି ଲୋକ ଚା ପିଉଥିଲା ବେଳେ ଅଟକି ଯାଇ ଚା ମାଗିଥିଲେ । ଚା ଦୋକାନୀ ହଠାତ ଅପ୍ରସ୍ତୁତ ହୋଇ ଥିଲେ ମଧ୍ୟ ତାଙ୍କ ହାତକୁ ଚା କପ ବଢ଼ାଇ ଦେଇଥିଲେ । ଏହା ଦେଖି ନିକଟରେ ଥିବା ଲୋକମାନେ ସେଠାରେ ଭିଡ଼ ଜମାଇଥିଲେ । ଚା ପିଉ ପିଉ ସମସ୍ତଙ୍କ ସହିତ ବେଶ ମନ ଖୋଲି ଆଲୋଚନା କରିଥିଲେ ବିଭିନ୍ନ ବିଷୟରେ । ଉପସ୍ଥିତ ଲୋକମାନେ ମଧ୍ୟ ତାଙ୍କ ସହିତ ଆଲୋଚନା କରିଥିଲେ ବିଭିନ୍ନ ବିଷୟରେ । ଭିଡ ବଢିବା ସହିତ ଚା ଦୋକାନୀଙ୍କ ବେପାର ବି ବଢି ଯାଇଥିଲା । ବେଶ କିଛି ସମୟ ଆଲୋଚନା ପରେ ସମସ୍ତଙ୍କ ଠାରୁ ହସିହସି ବିଦାୟ ନେଇ ଚାଲି ଯାଇଥିଲେ ନିଜ ଗନ୍ତବ୍ୟ ସ୍ଥଳକୁ । ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା ନିଆରା ଆମ ଡ୍ୟାନି ଭାଇ ।

The post ନିଆରା ରାଜନେତାଙ୍କ ନିଆରା ପଣ, ଚା ଦୋକାନରେ ଡ୍ୟାନିଙ୍କୁ ଦେଖି ଭିଡ appeared first on orissaleads.

News