କୂଳ ଲଙ୍ଘିଛି ବ୍ରାହ୍ମଣୀ ଓ ଖରସ୍ରୋତା, ନଦୀକୂଳିଆ ଆତଙ୍କିତ
ଓଡ଼ିଶା ଲିଡ୍ସ(ଯାଜପୁର): ପୂର୍ବରୁ ରେଙ୍ଗାଳିର ଦୁଇଟି ଗେଟ ଖୋଲା ଯାଇଥିଲା ବେଳେ ଗତକାଲି ଆଉ ଗୋଟିଏ ଗେଟ ଖୋଲା ଯାଇଛି । ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ରେଙ୍ଗାଳି କର୍ତ୍ତୁପକ୍ଷ ଏହି ପଦକ୍ଷେପ ନେଇଛନ୍ତି । ଏହାକୁ ନେଇ ଯାଜପୁର ଜିଲ୍ଲାର ରସୁଲପୁର, ବରୀ ଓ ବିଂଝାରପୁର ବ୍ଲକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗତ କାଲିଠାରୁ ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇଥିଲା ବେଳେ ଆଜି ପ୍ରାୟ ୯ ଟା ଠାରୁ ଅଧିକ ବେଗରେ ବନ୍ୟା ପାଣି ବୃଦ୍ଧି ହୋଇ ଉଭୟ ନଦୀ କୂଳ ଲଙ୍ଘିଛି ।
ଗତକାଲିଠାରୁ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସତର୍କ କରାଯାଇଛି । ନଦୀରେ ବନ୍ୟା ଜଳ ବୃଦ୍ଧି ପାଇ ଖାଲୁଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ରେଙ୍ଗାଳି ଆଉ ଗୋଟିଏ ଗେଟ ଖୋଲିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ନଦୀ ଜଳ ଦ୍ରୁତ ବୃଦ୍ଧି ପାଉଥିବାରୁ ବଡ଼ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି । ବନ୍ୟାକୁ ନେଇ ନଦୀକୂଳିଆ ଅଞ୍ଚଳ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି । ବନ୍ୟାକୁ ନେଇ ପ୍ରଶାସନ ମଧ୍ୟ ସଜାଗ ରହିଛି ।
The post କୂଳ ଲଙ୍ଘିଛି ବ୍ରାହ୍ମଣୀ ଓ ଖରସ୍ରୋତା, ନଦୀକୂଳିଆ ଆତଙ୍କିତ appeared first on orissaleads.
News