ଲୋକସେବା ଭବନ ଘେରାଉ ବେଳେ ଇଂ ପ୍ରୀତିରଞ୍ଜନ ଘଡାଇ ଗୁରୁତର ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣାରେ ଆଜି ବିଜେଡି ତରଫରୁ ଲୋକସେବା ଭବନ ଘେରାଉ ହେଉଥିଲା ବେଳେ ପୋଲିସର ବର୍ବର ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା । ଉପସ୍ଥିତ ଆନ୍ଦୋଳନକାରୀ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
The post ଲୋକସେବା ଭବନ ଘେରାଉ ବେଳେ ଇଂ ପ୍ରୀତିରଞ୍ଜନ ଘଡାଇ ଗୁରୁତର ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି appeared first on orissaleads.
News