ବରୀରେ ବନ୍ଦ ପ୍ରଭାବହୀନ, ସବୁ ସ୍ୱାଭାବିକ
ଓଡ଼ିଶା ଲିଡ୍ସ(ଯାଜପୁର): ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଉଦ୍ୟମ ଓ ପରେ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା ବେଳେ ବରୀ ବ୍ଲକରେ ଏହାର ଆଦୌ ପ୍ରଭାବ ଦେଖିବାକୁ ମିଳିନାହିଁ ।
ବରୀ ବ୍ଳକର ପ୍ରମୁଖ ବ୍ୟବସାୟ ସ୍ଥଳ ବରୀ ମାଉଣ୍ଡ ବଜାର ସହିତ ବାଲିଆପାଳ, ସନ୍ଥନ ଛକ, ରାମଚନ୍ଦ୍ରପୁର, କାଇପଡା ପ୍ରଭୃତି ସ୍ଥାନରେ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଖୋଲା ରହିଛି । ସ୍କୁଲ କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ଥିଲା ବେଳେ ସବୁ ଶିକ୍ଷାନୁଷ୍ଠାନ ଖୋଲା ରହିଛି । କିଛି ସ୍ଥାନରେ ସରକାରୀ କର୍ମଚାରୀ ଆସି ନଥିବା ଦେଖିବାକୁ ମିଳିଛି । ଆଜି ବରୀର ପ୍ରମୁଖ ମାଉଣ୍ଡ ହାଟ ଖୋଲା ଥିଲା ବେଳେ ସ୍ୱାଭାବିକ ଭାବେ କିଣା ବିକା ଚାଲିଛି । ମୋଟା ମୋଟି ଭାବେ ଦେଖିଲେ ବରୀରେ ବନ୍ଦ ପ୍ରଭାବହୀନ ରହିଛି ।
The post ବରୀରେ ବନ୍ଦ ପ୍ରଭାବହୀନ, ସବୁ ସ୍ୱାଭାବିକ appeared first on orissaleads.
News