ରାସ୍ତାର ଉଭୟ ପଟରେ ଗାଡିର ଧାଡି, ବଢୁଛି ଦୁର୍ଘଟଣା ଆଶଙ୍କା
ଓଡ଼ିଶା ଲିଡ୍ସ(ଯାଜପୁର): ରାସ୍ତାର ଉଭୟ ପଟରେ ଗାଡିର ଧାଡି ଲମ୍ବିଛି । ଦିନ ଦିନ ଧରି ଏକ ବ୍ୟସ୍ତ ବହୁଳ ରାସ୍ତାର ଉଭୟ ପଟରେ ଭାରିଯାନ ଅଟକି ରହିବା ଦ୍ୱାରା ଏହା ଦୁର୍ଘଟଣାର କାରଣ ହେବାକୁ ଯାଉଛି । ଏହାକୁ କିନ୍ତୁ ସବୁ ସମୟରେ ନିଜ ଆଖିରେ ଦେଖୁଥିବା ଜିଲ୍ଲା ପ୍ରଶାସନ ଏ ନେଇ ପଦକ୍ଷେପ ନେବା ବଦଳରେ ଚୁପ ବସିଛି । କୁଆଖିଆ-ଧାମରା ୨୦ ନମ୍ବର ଜାତୀୟ ରାଜପଥର ବୁଢା ପୋଲ ଠାରୁ ମଲ୍ଲିକାପୁର ରାସ୍ତାର ଉଭୟ ପଟେ ପାଉଁଶ ଲୋଡ଼ ହୋଇଥିବା ଟ୍ରକ ଧାଡି ହୋଇ ରହିଛି ।
ଏହି ରାସ୍ତା ଜିଲ୍ଲାର ଅନ୍ୟତମ ପ୍ରମୁଖ ତଥା ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡି ଗତାଗତ କରୁଛି । ଏହା ସହିତ ଏହି ରାସ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବାରୁ ଏହି ରାସ୍ତାରେ ଦୈନିକ ଶତାଧିକ ଆମ୍ବୁଲାନ୍ସ ମଧ୍ୟ ଗତାଗତ କରୁଛି । ଦିନ ଦିନ ଧରି ଗାଡି ରାସ୍ତାରେ ରହି ରାସ୍ତାକୁ ସଙ୍କୁଚିତ କରୁଥିବାରୁ ଏହି ରାସ୍ତାରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ତୁରନ୍ତ ଏ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
The post ରାସ୍ତାର ଉଭୟ ପଟରେ ଗାଡିର ଧାଡି, ବଢୁଛି ଦୁର୍ଘଟଣା ଆଶଙ୍କା appeared first on orissaleads.
News