ଧର୍ମଶାଳା ମହାବିଦ୍ୟାଳୟରେ ବିଧାୟକ ହିମାଂଶୁ, ବିଭିନ୍ନ ବିଷୟ ନେଇ ଆଲୋଚନା

ଓଡ଼ିଶା ଲିଡ୍ସ(ଯାଜପୁର): ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆଜି ଧର୍ମଶାଳା ମହାବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହା ସହ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହ ଶିକ୍ଷା ଓ କଲେଜ ପରିଚାଳନା ବ୍ୟବସ୍ଥା, କର୍ମଚାରୀ ଆପାର୍ଟମେଣ୍ଟ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଧର୍ମଶାଳା ମହାବିଦ୍ୟାଳୟ, ଆନୁଷଙ୍ଗିକ ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ମହାବିଦ୍ୟାଳୟର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ବିଧାୟକ ହିମାଂଶୁ ସାହୁ ।

The post ଧର୍ମଶାଳା ମହାବିଦ୍ୟାଳୟରେ ବିଧାୟକ ହିମାଂଶୁ, ବିଭିନ୍ନ ବିଷୟ ନେଇ ଆଲୋଚନା appeared first on orissaleads.

News