ବଳଙ୍ଗା ପୀଡ଼ିତା ଦିଲ୍ଲୀ ସ୍ଥାନାନ୍ତରିତ, ସହରର ସବୁ ଟ୍ରାଫିକ୍ ବନ୍ଦ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବଳଙ୍ଗା ପୀଡ଼ିତାଙ୍କୁ ଅଧିକ ଚିକିତ୍ସା ସେବା ଯୋଗାଇ ଦେବାକୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଭୁବନେଶ୍ବର ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ନିଆଯାଇଛି । ସହରର ଟ୍ରାଫିକ ବ୍ୟବସ୍ଥାକୁ ଟ୍ରାଫିକ୍ ଡିସିପି ତଦାରଖ କରୁଛନ୍ତି। ପୀଡ଼ିତାଙ୍କୁ ୧୦ ମିନିଟରେ ବିମାନବନ୍ଦରରେ ପହଞ୍ଚାଯିବାକୁ ସବୁ ବ୍ୟବସ୍ଥା ହୋଇଛି । ପିଡିତାଙ୍କ ସହିତ ୩ ରୁ ୪ ଜଣ ଡାକ୍ତର ଦିଲ୍ଲୀ ଯାଉଥିବା ସୂଚନା ମିଳିଛି ।

ପୀଡ଼ିତାଙ୍କ ସହ ତାଙ୍କ ପରିବାର ମଧ୍ୟ ଦିଲ୍ଲୀ ଏମ୍ସ ଯିବେ । ପୋଲିସ ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଅନ୍ୟପକ୍ଷରେ ନାବାଳିକାଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଦାବି କରିଛି ବିଜେଡି । ଶନିବାର ସକାଳୁ ପୀଡ଼ିତା ତାଙ୍କ ସାଙ୍ଗ ଘରକୁ ଯିବାବେଳେ ୩ଜଣ ଯୁବକ ତାଙ୍କୁ ବଳପୂର୍ବକ ଟେକିନେଇ ତାଙ୍କ ଦେହରେ କେରୋସିନ ପକାଇ ନିଆଁ ଲଗାଇ ଦେଇଥିଲେ। କିନ୍ତୁ ସ୍ଥାନୀୟ କିଛି ଲୋକଙ୍କ ପାଇଁ ରକ୍ଷା ପାଇଥିଲେ ପୀଡ଼ିତା । ଏହାପରେ ତାଙ୍କୁ ତୁରନ୍ତ ପିପିଲି ହସ୍ପିଟାଲ ଏବଂ ସେଠାରୁ ଭୁବନେଶ୍ବର ଏମ୍ସକୁ ନିଆଯାଇଥଲା । ଏହାକୁ ନେଇ କାଲି ଠାରୁ ଏମ୍ସ ସମ୍ମୁଖରେ ଶାସକ ଓ ଵିରୋଧି ଦଳ ମୁହାଁ ମୁହିଁ ହୋଇଛନ୍ତି ।

The post ବଳଙ୍ଗା ପୀଡ଼ିତା ଦିଲ୍ଲୀ ସ୍ଥାନାନ୍ତରିତ, ସହରର ସବୁ ଟ୍ରାଫିକ୍ ବନ୍ଦ appeared first on orissaleads.

News