ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ :୪ ଖେଳାଳି ଆହତ ପରେ ଚିନ୍ତାରେ ଟିମ ଇଣ୍ଡିଆ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜରେ ୨-୧ରେ ପଛୁଆ ଥିବା ଟିମ ଇଣ୍ଡିଆ ପାଇଁ ଚତୁର୍ଥ ଟେଷ୍ଟ ପୂର୍ବରୁ ସମସ୍ୟା ଦେଖା ଦେଇଛି । ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତର ୪ ଜଣ ପ୍ରମୁଖ ଖେଳାଳୀ ଆହତ ହେବା ଭାରତକୁ ଚିନ୍ତାରେ ପକାଇ ଦେଇଛି । ଉଭୟ ଦେଶ ମଧ୍ୟରେ ୪ର୍ଥ ଟେଷ୍ଟ ଆସନ୍ତା ୨୩ ତାରିଖରୁ ମାଞ୍ଚେଷ୍ଟରରେ ଖେଳାଯିବ । ସିରିଜ ବଞ୍ଚାଇବାକୁ ମାଞ୍ଚେଷ୍ଟର ଟେଷ୍ଟ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।

ପୂର୍ବରୁ ଅର୍ଶଦୀପ ସିଂଙ୍କ ହାତରେ ଆଘାତ ଲାଗିଥିବାରୁ ଆହତ ହୋଇଥିବା ବେଳେ ଏବେ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡି ଆହତ ହୋଇଛନ୍ତି । ଜିମରେ ପ୍ରଶିକ୍ଷଣ ନେବା ସମୟରେ ତାଙ୍କର ଆଣ୍ଠୁରେ ଗଭୀର ଆଘାତ ଲାଗିଛି ।

ଦ୍ରୁତ ବୋଲର ଆକାଶ ଦୀପ ମଧ୍ୟ ଆହତ ହୋଇଛନ୍ତି । ଏଥିପାଇଁ ହରିୟାଣା ଦ୍ରୁତ ବୋଲର ଅଂଶୁଲ କମ୍ବୋଜଙ୍କୁ ଦଳରେ ସାମିଲ କରାଯାଇଛି ।

ୱିକେଟ କିପର ତଥା ବ୍ୟାଟର ରିଷଭ ପନ୍ତ ମଧ୍ୟ ଆହତ ହୋଇଛନ୍ତି । ଲର୍ଡସ ଟେଷ୍ଟରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । ଦଳ ତାଙ୍କୁ ବ୍ୟାଟର ଭାବେ ସୁଯୋଗ ଦେଲେ ଧ୍ରୁବ ଜୁରେଲଙ୍କୁ କିପିର ଭାବେ ସୁଯୋଗ ମିଳିପାରେ ।

୨୪ ବର୍ଷୀୟ ଦ୍ରୁତ ବୋଲର ଅଂଶୁଲ ଗତ ମାସରୁ ଭାରତ ଏ ଟିମରେ ସାମିଲ ହୋଇଥିଲେ । ସେ ଇଂଲଣ୍ଡରେ ଦୁଇଟି ୩ ଦିବସୀୟ ମ୍ୟାଚ ଖେଳିଥିଲେ । ସେ ଦୁଇଟି ମ୍ୟାଚରେ ୫ଟି ୱିକେଟ ନେଇଛନ୍ତି । ଅଂଶୁଲ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୪ଟି ମ୍ୟାଚ ଖେଳି ୭୯ ୱିକେଟ ନେଇଛନ୍ତି ।

The post ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ :୪ ଖେଳାଳି ଆହତ ପରେ ଚିନ୍ତାରେ ଟିମ ଇଣ୍ଡିଆ appeared first on orissaleads.

News