ସାର୍ବଜନୀନ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ସୌରିକ ସାର୍ବଜନୀନ ଦୁର୍ଗାପୂଜା କମିଟି ଦ୍ୱାରା ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇ ଯାଇଛି । ବୈଠକରେ ସୌରିକ ସାର୍ବଜନୀନ ଦୁର୍ଗାପୂଜା କମିଟିର ଭରତ ଚନ୍ଦ୍ର ମହାନ୍ତ, ପ୍ରଭାତ ରଞ୍ଜନ ପ୍ରଧାନ, ଅଜୟ କୁମାର ନାୟକ, ବୈକୁଣ୍ଠ ମହାନ୍ତ, ବିଶ୍ୱଜିତ ମହାନ୍ତି, ଆଶିଷ କୁମାର ଜେନା, ନରେନ୍ଦ୍ର ଦାସ, ଦଶରଥ ମହାନ୍ତ, ମାନସ ରଞ୍ଜନ ଭଞ୍ଜ ଏବଂ ୩୭ ନମ୍ବର ଜୋନର ଜିଲ୍ଲା ସରିଷଦ ସଭ୍ୟା ଜେମା ଚାଖି, ରାଁସୋଳ ସରପଞ୍ଚ କନକଲତା ସର୍ଦାର, କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ଚିଙ୍ଗୁଡ଼ିପାଳ ସରପଞ୍ଚ ଅଞ୍ଜଳି ଦେହୁରୀ, କଂସ ସରପଞ୍ଚ ରାଜା ରାଣୀ ଦେହୁରୀ, କାଙ୍କଡ଼ପାଳ ସରପଞ୍ଚ ସଞ୍ଜୟ ପରିଡ଼ା ଓ ସମସ୍ତ ଯାତ୍ରା କମିଟି ପୂଜା କମିଟି ମିନାବଜାର କମିଟି ମେମ୍ବର ଉପସ୍ଥିତ ରହି ପୂଜା କେମିତି ଶାନ୍ତି ଶୃଙ୍ଖଳରେ ସମାପନ ହେବ ସେ ନେଇ ଆଲୋଚନା କରିଥିଲେ । ଯାତ୍ରା ସମୟରେ ମିନାବଜାର ହେବା ନେଇ ମଧ୍ୟ ଆଲଚନା ହୋଇଥିଲା ।

The post ସାର୍ବଜନୀନ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ appeared first on orissaleads.

News