କୁସୁମାର ବିକଳ ଚିତ୍ର, କେବେ ବଦଳିବ ଛିଣ୍ଡା ପାଲ

ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପରେ ଯାଜପୁର ସହରର ଅନ୍ୟତମ ଆକର୍ଷଣ ହେଉଛି କୁସୁମା । ଏହି ମନୋରମ ସ୍ଥାନ କେବଳ ଯାଜପୁର ସହରର କି ଯାଜପୁର ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି । ଯାଜପୁର ଆସୁଥିବା ପର୍ଯ୍ୟଟନଙ୍କ ଅନ୍ୟତମ ଆକର୍ଷଣ ସ୍ଥାନ ହେଉଛି କୁସୁମା । ଏହାର ମନମୁଗ୍ଧ କର ପରିବେଶ ଭିତରେ ନିଜକୁ ବେଶ କିଛି ସମୟ ହଜାଇ ଦେବାକୁ ପର୍ଯ୍ୟଟକ ପସନ୍ଦ କରନ୍ତି ।

ଏହାର ନିର୍ମାଣ ସମୟରେ ପର୍ଯ୍ୟଟକ ବସି କୁସୁମା ପୋଖରୀର ମନୋରମ ଦୃଶ୍ୟ ଦେଖିବାକୁ କେତେକ ସେଡ ନିର୍ମାଣ କରାଯାଇଥିଲା । ଲୁହା ଖୁଣ୍ଟ ଉପରେ ଦାମି ପାଲ ପକାଯାଇଥିଲା । ସକାଳୁ ସଞ୍ଜ ଯାଏ ଏଠାରେ ବହୁ ପର୍ଯ୍ୟଟକ ବସୁଥିବା ଦେଖିବାକୁ ମିଳିଥାଏ । ହେଲେ କୁସୁମା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଅବହେଳାରୁ ଏବେ ଏହି ଦାମି ପାଲ ଗୁଡିକ ଚିରିଯିବା ସହିତ ନଷ୍ଟ ହୋଇ ଯାଇଛି । ଫଳରେ ବର୍ଷା କିମ୍ବା ଖରାରେ ପର୍ଯ୍ୟଟକ ଏଠାରେ ବସିବା ସମ୍ଭବ ହେଉନାହିଁ । ଏ ନେଇ କର୍ତ୍ତୁପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏହାର ମରାମତି କରିବାକୁ ଦାବି ହୋଇଛି ।

The post କୁସୁମାର ବିକଳ ଚିତ୍ର, କେବେ ବଦଳିବ ଛିଣ୍ଡା ପାଲ appeared first on orissaleads.

News