ସୁକିନ୍ଦାର ଭାଇଟିଏ ପାଇଁ ମୋର କର୍ତ୍ତବ୍ୟ କରିଛି-ଇଂ ଘଡାଇ
ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦାର ଭାଇଟିଏ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ମରି ପଡିଥିଲେ । ପରିବାର ଲୋକେ, ଗ୍ରାମବାସୀ ଓ ସାଙ୍ଗ ସାଥୀଙ୍କ ବୁକୁଫଟା କାନ୍ଦ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଏହି ସମୟରେ ମୁଁ ସେଠାରେ ପହଞ୍ଚି ମୃତକ ଜଣକ ବନ୍ଧଗାଁର ପିଲା ବୋଲି ଜାଣିଲି । ପରିବାର ଲୋକଙ୍କ କାନ୍ଦ ମୋତେ ବି ବିଚଳିତ କରିଦେଲା । ଯୁବକଙ୍କ ଜଣକ ଜଣେ ଶ୍ରମିକ ଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅବସ୍ଥା କଣ ହେବ ତାହା ମତେ ଚିନ୍ତାରେ ପକାଇ ଦେଇଥିଲା । କ୍ଷତି ପୂରଣ ଦାବିରେ ଆନ୍ଦୋଳନ କରୁଥିବା ଅନ୍ୟମାନଙ୍କ ସହିତ ସାମିଲ ହେବା ମୋର ପ୍ରଥମ କର୍ତ୍ତବ୍ୟ ଥିଲା । କାରଣ ସେ ମୋ ସୁକିନ୍ଦାର ଭାଇଟିଏ । ଭାଇ ଟିଏ ପାଇଁ କେବଳ ମୁଁ ନୁହେଁ ସମସ୍ତେ ସ୍ୱର ଉଠାଇବା ଉଚିତ । ମୁଁ ମୋର ସ୍ୱର ଉଠାଇଛି । ତାଙ୍କ ପରିବାରର ହକ ପାଇଁ ଆନ୍ଦୋଳନକାରୀଙ୍କ ସହିତ ସାମିଲ ହୋଇଛି । ପ୍ରଶାସନ ସଡ଼କ ସୁରକ୍ଷା ପାଇଁ କୌଣସି ଉଦ୍ୟମ କରୁନାହିଁ । ଯାହା ବହୁ ସମୟରେ ଦୁର୍ଘଟଣାର କାରଣ ପାଲଟିଛି । ହେଲେ ଚିନ୍ତାର ବିଷୟ ହେଉଛି ଦୀର୍ଘ ୮ ଘଣ୍ଟା ଧରି ମୃତକଙ୍କ ପରିବାର ସହିତ ଅନ୍ୟମାନେ ରାସ୍ତାରେ ନିଜ ହକ ପାଇଁ ବର୍ଷାରେ ଭିଜି ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ମୃତ ଯୁବକଙ୍କ ପରିବାରକୁ ଉଚିତ କ୍ଷତି ପୂରଣ ନଦେଇ ଲାଠି ଚାର୍ଜ କରି ଘଉଡ଼ାଇ ଦେଇଛନ୍ତି । ଯାହା ସୁକିନ୍ଦା ଇତିହାସରେ ଦେଖିବାକୁ ମିଳେନାହିଁ । ଅପରପକ୍ଷେ ପୋଲିସ ମୋ ସହିତ ଅନ୍ୟ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା କରି ସ୍ୱରକୁ ଚପାଇବାର ଉଦ୍ୟମ କରିଛି । ହେଲେ ମନେ ରଖିବା ଉଚିତ ଏହା ମୋ ସ୍ୱରକୁ ଚପାଇ ଦେଇ ପାରିବ ନାହିଁ ବରଂ ଅଧିକ ଶାଣିତ କରିବ । କାରଣ ସୁକିନ୍ଦା ପାଇଁ, ସୁକିନ୍ଦାର ପ୍ରତ୍ୟେକ ଜନ ସାଧାରଣଙ୍କ ପାଇଁ ମୁଁ ସମର୍ପିତ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
The post ସୁକିନ୍ଦାର ଭାଇଟିଏ ପାଇଁ ମୋର କର୍ତ୍ତବ୍ୟ କରିଛି-ଇଂ ଘଡାଇ appeared first on orissaleads.
News