ସିରାଜ-ପ୍ରସିଦ୍ଧ ଝଡ଼ରେ ଇଂଲଣ୍ଡ ଧରାଶାୟୀ, ସିରିକ ୨-୨ରେ ଡ୍ର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତର ଦୁଇ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବୋଲିଂ ଝଡ଼ରେ ଇଂଲଣ୍ଡ ଧରାଶାୟୀ ହୋଇଛି । ରୋମାଞ୍ଚକର ଶେଷ ଟେଷ୍ଟ ଜିତି ଭାରତ ସିରିଜ ଡ୍ର କରିବାରେ ସଫଳ ହୋଇଛି । ଆଜି ବିଜୟ ପାଇଁ ଇଂଲଣ୍ଡକୁ ୩୫ ରନର ଆଵଶ୍ୟକତା ଥିଲା ବେଳେ ଭାରତର ଆବଶ୍ୟକ ଥିଲା ଇଂଲଣ୍ଡର ଶେଷ ଚାରି ଉଇକେଟ । ଆଉ ମାତ୍ର ୬ ରନ ପୂର୍ବରୁ ଭାରତ ଇଂଲଣ୍ଡର ୪ ଉଇକେଟ ଦାଖଲ କରି ବିଜୟୀ ହୋଇଥିଲା । ଯାହା ସାରା ଦେଶରେ ଖୁସିର ମାହୋଲ ସୃଷ୍ଟି କରିଛି । ଯୁବ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତ ଦଳ ଗତ ପ୍ରଦର୍ଶନ କରି ବେଶ ସଫଳ ହୋଇଛି ଏହି ସିରିଜରେ । ଧିରେ ଧିରେ ଟେଷ୍ଟ କ୍ରିକେଟର ଲୋକପ୍ରିୟତା କମୁଥିଲା ବେଳେ ଭାରତ-ଇଂଲଣ୍ଡ ତେନ୍ଦୁଲକର-ଆଣ୍ଡରସନ ସିରିଜ ରୋମାଞ୍ଚରେ ଭରା ରହିଥିଲା । ଉଭୟ ଦଳ ଜବରଦସ୍ତ କ୍ରିକେଟ ଖେଳି ଟେଷ୍ଟ କ୍ରିକେଟରେ ରୋମାଞ୍ଚ ଭରିଥିଲେ । ଯାହା ଫଳରେ ଟେଷ୍ଟ କ୍ରିକେଟ ବେଳେ ଦର୍ଶକ ଗ୍ୟାଲେରୀ ଖାଲି ରହୁଥିଲା ବେଳେ ଇଂଲଣ୍ଡରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ୫ଟି ଯାକ ଟେଷ୍ଟ ଦେଖିବାକୁ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏହି ସିରିଜରେ ବହୁ ରେକର୍ଡ ସ୍ଥାପନ ହୋଇଛି ।

The post ସିରାଜ-ପ୍ରସିଦ୍ଧ ଝଡ଼ରେ ଇଂଲଣ୍ଡ ଧରାଶାୟୀ, ସିରିକ ୨-୨ରେ ଡ୍ର appeared first on orissaleads.

News