ପୂର୍ବତନ ବିଧାୟିକାଙ୍କ ଦୁଇ ଭାଇଙ୍କ ମଧ୍ୟରେ ବିବାଦ, ବୋମାମାଡରେ ଜଣେ ଆହତ, ଜଣେ ଅଟକ

ଓଡ଼ିଶା ଲିଡ୍ସ(ଯାଜପୁର): ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସୁନନ୍ଦାଙ୍କ ମଝିଆ ଭାଇ ଉତ୍ତମ ଦାସ ଗେଟରେ ତାଲା ପକାଉଥିଲା ବେଳେ ବଡ଼ଭାଇ ଉଲ୍ଲାସ ଦାସ ଉପର ଘରୁ ତାଙ୍କ ଉପରକୁ ପେଟ୍ରୋଲ ବୋମା ପକାଇଥିବା ଅଭିଯୋଗ ହୋଇଛି । ସୌଭାଗ୍ୟ ବସତ ବୋମାଟି ଏକ ଗଛରେ ବାଜି ଫାଟିଥିଲା । ଫଳରେ ଉତ୍ତମ ଅଳ୍ପ ଆଘାତ ପ୍ରାପ୍ତ ହୋଇଥିଲେ । ତାଙ୍କୁ ତୁରନ୍ତ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଖବର ପାଇ ବରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଡ଼ଭାଇ ଉଲ୍ଲାସ ଦାସଙ୍କୁ ଥାନାକୁ ନେଇ ଅଟକ ରଖିଥିବା ଜଣାଯାଇଛି । ଜମି ବାଡିକୁ ନେଇ ଭାଇ ମାନଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା ବେଳେ ଗତକାଲି ଏହାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।

The post ପୂର୍ବତନ ବିଧାୟିକାଙ୍କ ଦୁଇ ଭାଇଙ୍କ ମଧ୍ୟରେ ବିବାଦ, ବୋମାମାଡରେ ଜଣେ ଆହତ, ଜଣେ ଅଟକ appeared first on orissaleads.

News