ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ: ନାରୀ ସୁରକ୍ଷାକୁ ପ୍ରାଥମିକତା ଦେଇ ଆକ୍ସନ ମୋଡରେ ରହୁ ପୋଲିସ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟରେ ଦୈନିକ ନାରୀ ମାନଙ୍କୁ ନେଇ ବିଭିନ୍ନ ଘଟଣା ଘଟୁଥିଲା ବେଳେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ସ୍କୁଲ ଓ କଲେଜ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନାରୀ ସୁରକ୍ଷା କ୍ଷେତ୍ରରେ ସବୁବେଳେ ଆକ୍ସନ ମୋଡରେ ରହୁ ପୋଲିସ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଉପାୟ ଅବଲମ୍ୱନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିକୁ ଆଧାର କରି ପୋଲିସ ସବୁ ସମୟରେ ଆକ୍ସନ ମୋଡରେ ରହୁ ଏବଂ ଉଚ୍ଚ ପୋଲିସ ଅଧିକାରୀମାନେ ଏହାର ନିୟମିତ ମନିଟରିଙ୍ଗ କରନ୍ତୁ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗତକାଲି ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ ପ୍ରକାଶ ମିଶ୍ର, ଆଡଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ମହା ନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ।

The post ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ: ନାରୀ ସୁରକ୍ଷାକୁ ପ୍ରାଥମିକତା ଦେଇ ଆକ୍ସନ ମୋଡରେ ରହୁ ପୋଲିସ appeared first on orissaleads.

News