ବାଲେଶ୍ବର ଆଲଏଜ୍‌ ଇଣ୍ଡିପେଣ୍ଡେଣ୍ଟ୍‌ କ୍ରିକେଟ୍‌ ଲିଗ୍‌ : ଲାୟନ୍ସ ବିଜେତା

ଓଡିଶା ଲିଡ୍ସ(ଯାଜପୁର): ବାଲେଶ୍ବର ଆଲଏଜ୍ କାଳିଆପାଣି କ୍ରୋମାଇଟ୍‌ ଖଣି ପକ୍ଷରୁ ଅନୁଷ୍ଠିତ ପ୍ରଥମ ଇଣ୍ଡିପେଣ୍ଡେଣ୍ଟ୍‌ କ୍ରିକେଟ୍‌ ଲିଗ୍‌ ଟୁର୍ନାମେଣ୍ଟ ଆୟୋଜିତ ହୋଇ ଯାଇଛି । ବାଲ ଲାୟନ୍ସ ବିଜେତା ହୋଇ ଚାମ୍ପିଅନ୍ସ ଟ୍ରଫି ସହିତ ୨୫ ହଜାର ଟଙ୍କା ପୁରସ୍କାର ରାଶି ହାସଲ କରିଛି। ଫାଇନାଲରେ ଏହି ଦଳ ଅଟୱାଲ ଡେଞ୍ଜର୍ସକୁ ୩୭ ରନରେ ପରାସ୍ତ କରିଛି। ବାଲ ଟାଇଗର୍ସ ରନର୍ସଅପ୍ ଟ୍ରଫି ଜିତିଛି। ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଗୋପବନ୍ଧୁ କ୍ଲବ ପଡ଼ିଆରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ଉଦ୍‌ଘାଟନ କରିଥିଲେ। ଖଣିମୁଖ୍ୟ ଇଂ ବିଶ୍ବରଞ୍ଜନ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଇଂ ଘଡ଼ାଇ ଯୋଗଦେଇ ସ୍ବାଧୀନତା ଦିବସରେ ନିଆରା କ୍ରୀଡ଼ା ଉତ୍ସବ ଆୟୋଜନ କରି ବାଲେଶ୍ବର ଆଲଏଜ୍ ଉଦାହରଣ ସୃଷ୍ଟି କରିଥିବା କହିଥିଲେ। ଉଦ୍‌ଯାପନୀ ସଂଧ୍ୟାରେ ଖଣିର ସଭାପତି ସୁଧାଂଶୁ ପାଟ୍‌ନି ମୁଖ୍ୟଅତିଥି, ଅଟୱାଲ ମହାପ୍ରବନ୍ଧକ ଇଂ ପ୍ରଦୀପ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ରବି ନାରାୟଣ କର, ସମାଜସେବୀ ଅନିତା ପାଟ୍‌ନି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଉନ୍ନତ କ୍ରୀଡା ପ୍ରଦର୍ଶନ କରି ନିକୁଞ୍ଜ ପ୍ରଧାନ ମ୍ୟାନ୍ ଅଫ୍ ଦି ସିରିଜ ଓ ସରୋଜ ନାହାକ ମ୍ୟାନ୍ ଅଫ୍‌ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ। ଗିରିଜା ପ୍ରସାଦ ବିଶ୍ବାଳ, ଭବାନୀ ଶଙ୍କର ଦାଶ, କୁନାଲ ପାତ୍ର ଓ ବିଶ୍ବଜିତ ମହାନ୍ତ ଶ୍ରେଷ୍ଠ ଆୟୋଜକ ଭାବେ ସମ୍ମାନିତ ହୋଇଥିଲେ। ବିଶ୍ବଜିତ ମିଶ୍ର ଓ ଦିଲ୍ଲୀପ ସାହାଣି ଅମ୍ପାୟାର, ହିମାଂଶୁ ବାରିକ ଓ ପ୍ରଭାତ ମହାନ୍ତି ସ୍କୋରର ଏବଂ ସୌଭାଗିନୀ ସାହୁ ଓ ପରେଶ ପରିଡ଼ା ଭାଷ୍ୟକାର ଭାବେ ଖେଳ ପରିଚାଳନା କରିଥିଲେ।

The post ବାଲେଶ୍ବର ଆଲଏଜ୍‌ ଇଣ୍ଡିପେଣ୍ଡେଣ୍ଟ୍‌ କ୍ରିକେଟ୍‌ ଲିଗ୍‌ : ଲାୟନ୍ସ ବିଜେତା appeared first on orissaleads.

News