ଆହତଙ୍କୁ ଚିକିତ୍ସା ବ୍ୟବସ୍ଥା କଲେ ବିଜେପି ନେତ୍ରୀ

ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲା ମହିଳା ବିଜେପି ନେତ୍ରୀ ଲିଳିମା ଭଦ୍ର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏକ ପରିବାର ସଦସ୍ୟଙ୍କୁ ଦୁର୍ଘଟଣା ସ୍ଥଳରୁ ନିଜ ଗାଡ଼ିରେ ନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ । ବରୀ ବ୍ଲକ ମାଳଦା ଛକରେ ଦୁଇଟି ବାଇକ ମଧ୍ୟରେ ଦୁର୍ଘଟଣା ହେବାରୁ
ବନ୍ଧଢି଼ଅ ଅଞ୍ଚଳର ପ୍ରତାପ ମଳିକଙ୍କ ସମେତ ତାଙ୍କ ପତ୍ନୀ,ପୁଅ ଓ ଝିଅ ଗୁରୁତର ଆହତ ହୋଇଥିଲେ । ଡାକ୍ତର ପ୍ରତାପଙ୍କ ପତ୍ନୀଙ୍କୁ ମୃତ ଘୋଷଣା କରିଥିଲା ବେଳେ ଅନ୍ୟ ମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଶ୍ରୀମତୀ ଭଦ୍ରଙ୍କ ଏଭଳି ମହତ କାମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

The post ଆହତଙ୍କୁ ଚିକିତ୍ସା ବ୍ୟବସ୍ଥା କଲେ ବିଜେପି ନେତ୍ରୀ appeared first on orissaleads.

News