ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା, ରାସ୍ତା ଘାଟ ଶୁନସାନ

ଓଡ଼ିଶା ଲିଡ୍ସ(ଯାଜପୁର): ଗତ କାଲି ଠାରୁ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲା ବେଳେ ଆଜି ଏହା ଅଧିକ ବୃଦ୍ଧି ପାଇଛି । ଆଜି ଯାଜପୁର ଜିଲ୍ଲାରେ ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଫଳରେ ରାସ୍ତା ଘାଟରେ ପାଣି ଜମି ଥିବା ଦେଖିବାକୁ ମିଳିଛି । ବର୍ଷା ଫଳରେ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିଲା ବେଳେ ରାସ୍ତା ଘାଟ ଶୁନସାନ ହୋଇ ପଡିଛି । ଦୀର୍ଘ ସମୟ ଧରି ବର୍ଷା ଲାଗି ରହିଥିଲା ବେଳେ ଆକାଶକୁ କଳା ବାଦଲ ଢାଙ୍କି ରଖିଛି । ବିଭିନ୍ନ ଖାଲୁଆ ସ୍ଥାନରେ ପାଣି ଜମି ରହିଛି ।

The post ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା, ରାସ୍ତା ଘାଟ ଶୁନସାନ appeared first on orissaleads.

News