ଯାଜପୁର ବିଧାୟିକାଙ୍କ ପ୍ରତିନିଧି ହେଲେ ପ୍ରକାଶ ତ୍ରିପାଠୀ

ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ଯାଜପୁର ବ୍ଲକ ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି ଯୁବ ନେତା ପ୍ରକାଶ ତ୍ରିପାଠୀ । ଆଜି ଏ ନେଇ ଘୋଷଣା ହେଲା ପରେ କର୍ମୀ ମହଲରେ ଉତ୍ସାହ ଦେଖା ଦେଇଛି । ଆଜି ତାଙ୍କୁ ବ୍ଲକ ପରିସରରେ ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପୁଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି । ଜଣେ ମିଷ୍ଠ ଭାସୀ, ପରୋପକାରୀ ଦରଦୀ ଯୁବନେତା ଭାବେ ତାଙ୍କର ବେଶ ପରିଚୟ ରହିଛି । ଏହା ସହିତ ସେ ବିଜେଡିର ଜଣେ ଦକ୍ଷ ସଂଗଠକ ଭାବେ ଯାଜପୁର ଜିଲ୍ଲାରେ ମଧ୍ୟ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

The post ଯାଜପୁର ବିଧାୟିକାଙ୍କ ପ୍ରତିନିଧି ହେଲେ ପ୍ରକାଶ ତ୍ରିପାଠୀ appeared first on orissaleads.

News