ପୁଣି ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦିଲ୍ଲୀ ଗସ୍ତରୁ ଫେରିବାର ଗୋଟିଏ ଦିନ ପରେ ପୁଣି ଦିଲ୍ଲୀ ଗସ୍ତ କରିଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ । ପୂର୍ବ ଗସ୍ତରେ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଶ୍ରୀ ସାମଲ । ପୁଣି ଥରେ ସେ ଦିଲ୍ଲୀ ଯିବା ପରେ ରାଜ୍ୟ ବିଜେପିରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଦାନା ବାନ୍ଧିଛି । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ଦିଲ୍ଲୀ ଗସ୍ତ କରିବେ ।

ସୂଚନା ଅନୁଯାୟୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓ ଦଳୀୟ ସଭାପତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ଦଳର ସମସ୍ତ ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେପ୍ଟେମ୍ବର ୧୨ରେ ମୋହନ ମାଝୀଙ୍କ ସରକାରକୁ ୧୫ ମାସ ପୁରିବ । ଏହା ପରେ ସମ୍ଭବତଃ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳ ସଂପ୍ରସରଣ କରି ପାରନ୍ତି ।

ମନ୍ତ୍ରୀ ଥିବା କିଛି ନେତାଙ୍କ ବିଭାଗରେ ପରିବର୍ତ୍ତନ ହେବା ସହିତ ନୂତନ ଭାବେ କିଛି ବିଧାୟକ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ । ଏହା ସହିତ କିଛି ମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ହଟା ଯିବା ନେଇ ମଧ୍ୟ ବିଚାର ବିମର୍ଷ ଚାଲିଛି । କେଉଁ ମାନଙ୍କ ବିଭାଗରେ ପରିବର୍ତ୍ତନ ହେବ, କାହାକୁ ମନ୍ତ୍ରୀ ମଣ୍ଡଳରେ ନୂତନ ଭାବେ ସାମିଲ କରାଯିବ ଓ କେଉଁ ମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ହଟାଜିବ ସେ ନେଇ ମନମୋହନ କେନ୍ଦ୍ର ନେତୃତ୍ୱଙ୍କ ସହିତ ବିଚାର ବିମର୍ଷ କରିବେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟ ପକ୍ଷରେ ଆଜି ବିରିଧି ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଚାରିଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ଦିଲ୍ଲୀ ରହଣି ସମୟରେ ନବୀନ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କେଉଁ ଆଭିମୁଖ୍ୟ ଗ୍ରହଣ କରିବ ସେ ନେଇ ସ୍ଥିର କରିବେ । ଏହି ସମୟରେ ସେ କେନ୍ଦ୍ରର କିଛି ବରିଷ୍ଠ ବିଜେପି ନେତାଙ୍କ ସହିତ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି । ଏହି ଆଲୋଚନା ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ସେଠାରେ ଉପସ୍ଥିତ ରହୁବେ ବୋଲି ଚର୍ଚ୍ଚା ହେଉଛି ।

The post ପୁଣି ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା appeared first on orissaleads.

News