ତାଲିବାନୀ ବିଦେଶ ମନ୍ତ୍ରୀଙ୍କ ସହିତ ବୈଠକ ପରେ ଜୟଶଙ୍କର ଘୋଷଣା, କାବୁଲରେ ଦୂତାବାସ ଖୋଲିବ ଭାରତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ଗସ୍ତ କରୁଛନ୍ତି ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି । ଏହି ଗସ୍ତ ଅବସରରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହିତ ବୈଠକ କରିଛନ୍ତି । ଅଶରଫ ଗନି ସରକାର ପତ୍ତନର ୪ ବର୍ଷ ପରେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଦୁଇ ଦେଶର ବୈଠକ ପରେ ଦୀର୍ଘ ୪ ବର୍ଷ ପରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଦୂତାବାସ ଭାରତ ଖୋଲିବ ବୋଲି ଜୟଶଙ୍କର କହିଛନ୍ତି । ଏହାଦ୍ବାରା ଭାରତ-ଆଫଗାନିସ୍ତାନ ସମ୍ବନ୍ଧ ବୃଦ୍ଧି ହେବ ବୋଲି ସେ କହିଛନ୍ତି ।

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଭାରତ ସବୁବେଳେ ଆଫଗାନିସ୍ତାନକୁ ସହଯୋଗ କରିଛି । ଆଫଗାନିସ୍ତାନ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଆତଙ୍କବାଦ ବିରୋଧୀ ଲଢେଇରେ ଆଫଗାନ ସବୁବେଳେ ଆମ ସହ ରହିଛି । ପହଲଗାମ ଆକ୍ରମଣର ନିନ୍ଦା ମଧ୍ୟ ଆଫଗାନିସ୍ତାନ କରିଥିବା କହିଛନ୍ତି ଜୟଶଙ୍କର ।

ଆଫଗାନିସ୍ତାନରେ ଭାରତ ବିକାଶ ଓ ସହାୟତର କାମ ଜାରି ରଖିବ ବୋଲି ଜୟଶଙ୍କର କହିଛନ୍ତି । ଭାରତ ଆଫଗାନିସ୍ତାନକୁ ୨୦ଟି ଆମ୍ବୁଲାନ୍ସ ଦେବାକୁ ମଧ୍ୟ ଘୋଷଣା କରିଛି ।

ଏନେଇ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ କହିଛନ୍ତି, ମୁଁ ଦିଲ୍ଲୀ ଆସି ବହୁତ ଖୁସି । ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ବୁଝାମଣାକୁ ବଢାଇବ । ଏହା ଦୁଇ ଦେଶ ପାଇଁ ବହୁତ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପଦକ୍ଷେପ । କାବୁଲରେ ଭାରତୀୟ ଦୂତାବାସ ଘୋଷଣା କରିବା ଶୁଣି ମୁଁ ବହୁତ ଖୁସି ।

The post ତାଲିବାନୀ ବିଦେଶ ମନ୍ତ୍ରୀଙ୍କ ସହିତ ବୈଠକ ପରେ ଜୟଶଙ୍କର ଘୋଷଣା, କାବୁଲରେ ଦୂତାବାସ ଖୋଲିବ ଭାରତ appeared first on orissaleads.

News