ଆପଡା ଉପ ନିର୍ବାଚନ ପାଇଁ ବିଜେପିର କୋର କମିଟି ବୈଠକ ଶେଷ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ବିଜେପିରେ ଅସନ୍ତୋଷ ଦେଖାଦେଇଛି । ଦଳ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ମନାଇବାର ଉଦ୍ୟମ କରିଛି । ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳ ସଭାପତି ମନମୋହନ ସାମଲଙ୍କ ସଭାପତିତ୍ୱରେଏହି ବୈଠକ ଆୟୋଜିତ ହୋଇଥିଲା ବେଳେ ଦଳର ବରିଷ୍ଠ ନେତା ବୈଠକରେ ଯୋଗଦେଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୂଆପଡ଼ା ଉପନିର୍ବାଚନରେ ଦଳର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

ବୈଠକ ପରେ ବରିଷ୍ଠ ନେତା ବସନ୍ତ ପଣ୍ଡା କହିଛନ୍ତି, ନୂଆପଡ଼ା ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ ତାହା ପ୍ରଥମିକତା ହେବ। ସଭାପତି ସଂଗଠନ ମହାମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଟାସ୍କ ଦେଇଛନ୍ତି । ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ ଏବଂ ସେ କେମିତି ଜିତିବେ ସେଥିପାଇଁ ସମସ୍ତେ କର୍ଯ୍ୟକରିବେ ବୋଲି ନିଷ୍ପତ୍ତି ହୋଇଛି । ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ଅକ୍ଟୋବର ୧୩ରୁ ୨୦ ତାରିଖ ମଧ୍ୟରେ ନାମାଙ୍କନ ପାତ୍ର ଦାଖଲ ହେବାକୁ ଥିବାରୁ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ଦଳ ଏଠାରେ ବିଜୟୀ ହେବ ।

The post ଆପଡା ଉପ ନିର୍ବାଚନ ପାଇଁ ବିଜେପିର କୋର କମିଟି ବୈଠକ ଶେଷ appeared first on orissaleads.

News