ଦ୍ବିତୀୟ ଟେଷ୍ଟ : ଫଲୋଅନ ପରେ ଇଣ୍ଡିଜର ଦୃଢ଼ ବ୍ୟାଟିଂ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଫଲୋଅନ ପରେ ୱେଷ୍ଟଇଣ୍ଡିଜ ଦୃଢ଼ ବ୍ୟାଟିଂ କରିଛି । ଫଲୋଅନ ପରେ ଆଜି ତୃତୀୟ ଦିନରେ ଦ୍ବିତୀୟ ପାଳି ଆରମ୍ଭ କରି ୱେଷ୍ଟଇଣ୍ଡିଜ ଭରତ ବିପକ୍ଷରେ ୨ ୱିକେଟ ହରାଇ ୧୭୩ ରନ୍ କରି ଦୃଢ଼ ଜବାବ ଦେଇଛି । ତଥାପି ଭାରତ ଠାରୁ ୯୭ ରନ୍ ପଛରେ ଅଛି ୱେଷ୍ଟଇଣ୍ଡିଜ ।
ଆଜି ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମୋଟ ୨୪୮ ରନ୍ କରି ଅଲଆଉଟ୍ ହୋଇଥିଲା । ସ୍ପିନର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ମିଳିତ ଭାବେ ୮ ଉଇକେଟ ନେଇଥିଲେ। ଯାଦବ ୮୨ ରନରେ ୫ ଏବଂ ଜାଡେଜା ୪୬ ରନରେ ୩ ଉଇକେଟ ଦଖଲ କରିଥିଲେ । ଭାରତ ପ୍ରଥମ ଇନିଂସରେ ୫ ଉଇକେଟ ବିନିମୟରେ ୫୧୮ ରନ୍ କରି ପାଳି ଘୋଷଣା କରିଥିଲା ।
ଭ୍ରମଣକାରୀ ଦଳ ପକ୍ଷରୁ ଓପ୍ନର ଜନ୍ କ୍ୟାମ୍ପବେଲ ୮୭ ରନ୍ କରି ଅପରାଜିତ ଅଛନ୍ତି । ସେହିପରି ସାଇ ହୋପ୍ ୬୬ ରନ୍ କରି ଅପରାଜିତ ଅଛନ୍ତି ।
The post ଦ୍ବିତୀୟ ଟେଷ୍ଟ : ଫଲୋଅନ ପରେ ଇଣ୍ଡିଜର ଦୃଢ଼ ବ୍ୟାଟିଂ appeared first on orissaleads.
News