ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତ କରିବା ପାକିସ୍ତାନକୁ ଖୁବ ଉତକ୍ଷିପ୍ତ କରିଛି । ଫଳରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଉଭୟ ଦେଶ ମଧ୍ୟରେ ଘମା ଘୋଟ ଯୁଦ୍ଧ ଚାଲିଥିଲା ବେଳେ ଆଫଗାନିସ୍ତାନର ଆକ୍ରମଣରେ ପାକିସ୍ତାନର ୫୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ସୈନ୍ୟ ଆହତ ହୋଇଥିବା ଦାବି କରିଛି ଆଫଗାନିସ୍ତାନ । ଆଜି ତାଲିବାନ ଇସଲାମାବାଦକୁ ଆଇଏସଆଇଏସ ଆତଙ୍କବାଦୀଙ୍କୁ ଆଶ୍ରୟ ନଦେବାକୁ ଚେତାବନୀ ଦେଇଛି ।
ପାକିସ୍ତାନ ନିଜ ମାଟିରୁ ଲୁଚି ରହିଥିବା ଆଇଏସଆଇଏସ ସଦସ୍ୟମାନଙ୍କୁ ବାହାର କରିବା ଉଚିତ ଏବଂ ସେମାନଙ୍କୁ ଇସଲାମିକ୍ ଏମିରେଟ୍ସକୁ ହସ୍ତାନ୍ତର କରିବା ଉଚିତ ବୋଲି କହିଛି ଆଫଗାନିସ୍ତାନ । ଏହି ଗୋଷ୍ଠୀ ଆଫଗାନିସ୍ତାନ ସମେତ ବିଶ୍ୱର ଅନେକ ଦେଶ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି। ଏହି ଯୁଦ୍ଧରେ ପ୍ରାୟ କୋଡିଏ ଜଣ ତାଲିବାନ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି ।
The post ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ appeared first on orissaleads.
News