ଉତ୍ତରପ୍ରଦେଶରେ ପୋଲିସ ଗୁଳିରେ ଦୁଷ୍କର୍ମୀ ମୃତ
ଓଡିଶା ଲିଡ୍ସ(ବ୍ୟୁରୋ):ଉତ୍ତର ପ୍ରଦେଶ ପୋଲିସ ଏନ୍କାଉଣ୍ଟରରେ ଜଣେ ଦୁଷ୍କର୍ମୀର ମୃତ୍ୟୁ ହୋଇଛି । ମିରଟ ସାରୁପୁର ଅଞ୍ଚଳରେ ସକାଳୁ ପୋଲିସ ଏହି ଏନ୍କାଉଣ୍ଟର କରିଛି । ଦୁଷ୍କର୍ମ ମାମଲାରେ ୫ ବର୍ଷ ସଜ୍ଜା କାଟି ଫେରିଥିବା ଶେହଜାଦ ଜେଲ୍ରୁ ଫେରିବା ପରେ ମଧ୍ୟ ଜଣେ ନାବାଳିକାକୁ ଆକ୍ରମଣ କରି ଫେରାର ଥିଲା । ତା ଉପରେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।
The post ଉତ୍ତରପ୍ରଦେଶରେ ପୋଲିସ ଗୁଳିରେ ଦୁଷ୍କର୍ମୀ ମୃତ appeared first on orissaleads.
News