ଓଡ଼ିଶାରୁ ବିଦାୟ ବେଳାରେ ମୌସୁମୀ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ୪ ମାସ ୧୩ ଦିନ ଓଡ଼ିଶାକୁ ଭିଜାଇବା ପରେ ଓଡ଼ିଶାରୁ ମେଲାଣି ନେବ ମୌସୁମୀ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବ। ମୌସୁମୀ ବିଦାୟ ନେବାକୁ ପାଗ ମଧ୍ୟ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଉତ୍ତର ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇପାରେ । ଗତ ଦୁଇ ଦିନ ହେବ ରାଜ୍ୟରୁ ବର୍ଷାର ପରିମାଣ ମଧ୍ୟ କମିଯାଇଛି । ମୌସୁମୀ ଫେରିଯିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ମଧ୍ୟ ହ୍ରାସ ପାଇବ। କିଛିଦିନ ହେଲା ବିଭିନ୍ନ ସ୍ଥାନରେ ହାଲକା ଶୀତ ଅନୁଭୂତ ହେବା ସହିତ ରାତିରେ କାକର ପଡୁଛି ।
The post ଓଡ଼ିଶାରୁ ବିଦାୟ ବେଳାରେ ମୌସୁମୀ appeared first on orissaleads.
News