ବିପର୍ଯ୍ୟସ୍ତ ଆଇନ କାନୁନ:ରାଜଧାନୀରେ କଥା କହୁଛି ବନ୍ଧୁକ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେଲା ଆଇନ କାନୁନ ବ୍ୟବସ୍ଥାରେ ଦୃତ ଅବନତି ଦେଖାଦେଇଛି । ହତ୍ୟା, ରାହାଯାନୀ, ଚୋରି, ଡକାୟତି ବଢି ବଢି ଚାଲିଥିଲା ବେଳେ ଏହା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ରାଜ୍ୟର ଅନ୍ୟ ସହରକୁ ବାଦ ଦେଲେ ରାଜଧାନୀ ଭୁବନେଶ୍ୱରରେ କଥା କହୁଛି ବନ୍ଧୁକ। କଥା କଥାକେ ଗୁଳି ଫୁଟୁଛି, ମୁଣ୍ଡ ଗଡୁଛି । ଗଲା କିଛି ଦିନ ଭିତରେ ରାଜ୍ୟର ସ୍ମାର୍ଟ ସିଟିରେ ଅପରାଧି ମାନେ ପୋଲିସ ଠାରୁ ଅଧିକ ସ୍ମାର୍ଟ ହୋଇଗଲେଣି । କିଛିଦିନ ଭିତରେ ଘଟିଲାଣି ଏକାଧିକ ଗୁଳିକାଣ୍ଡ। ଯାହା କମିଶନରେଟ୍ ପୋଲିସର ଯେତିକି ଚିନ୍ତା ବଢ଼ାଇ ନାହିଁ ତାହା ଠାରୁ ଅଧିକ ଚିନ୍ତା ବଢ଼ାଇଛି ଭୁବନେଶ୍ୱରବାସୀଙ୍କର । ଅପରାଧୀ ଆଇନକୁ ନିଜ ହାତକୁ ନେଇ ଅନ୍ୟାୟସରେ ଅପରାଧ ଘଟାଇ ଚାଲିଛନ୍ତି । ପୋଲିସ ଦୃଢ଼ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ସ୍ଥିତି ଆହୁରି ବିଗିଡି ଯିବ ଏଥିରେ ସନ୍ଦେହ ନାହିଁ ।
The post ବିପର୍ଯ୍ୟସ୍ତ ଆଇନ କାନୁନ:ରାଜଧାନୀରେ କଥା କହୁଛି ବନ୍ଧୁକ appeared first on orissaleads.
News