ଲକ୍ଷ୍ମୀ ବସ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନାହିଁ

ଓଡ଼ିଶା ଲିଡ୍ସ(ଯାଜପୁର): ବିଜେଡି ସରକାର ସମୟରେ ଗ୍ରାମାଞ୍ଚଳ ଲୋକଙ୍କ ଗମନା ଗମନରେ ଉନ୍ନତି ପାଇଁ ଲକ୍ଷ୍ମୀ ବସ ପ୍ରଚଳନ ହୋଇଥିଲା । ଏହି ବସରେ ସ୍ୱଳ୍ପ ପଇସା ଦେଇ ଦୈନିକ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନକୁ ଗତାଗତ କରୁଛନ୍ତି । ହେଲେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବିଭିନ୍ନ ବସ ଭାଙ୍ଗି ରୁଜି ଗଲାଣି । ବହୁ ସମୟରେ ଏହି ବସ ଗୁଡିକ ରାସ୍ତାରେ ଅଟକି ରହୁଥିଲା ବେଳେ ଯାତ୍ରୀ ମାନେ ସମସ୍ୟାରେ ପଡୁଛନ୍ତି । ଏ ନେଇ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

The post ଲକ୍ଷ୍ମୀ ବସ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନାହିଁ appeared first on orissaleads.

News