ଯାଜପୁର ବଉଳ ମୂଳ ଛକରେ ବିପଦପୂର୍ଣ୍ଣ ଭାବେ ପଡି ରହିଛି ଭଙ୍ଗା ବିଦ୍ୟୁତ ଖୁଣ୍ଟ

ଓଡ଼ିଶା ଲିଡ୍ସ(ଯାଜପୁର): ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ବରୁଆଁ-ଯାଜପୁର ଟାଉନ ରାସ୍ତା । ଏହି ରାସ୍ତାରେ ଦୈନିକ ହଜାର ହଜାର ଗାଡି ମଟର ଗତାଗତ କରୁଛି । ସହର ସନ୍ନିକଟ ବଉଳ ମୂଳ ଛକ ଏକ ବ୍ୟସ୍ତ ବହୁଳ ଛକ । ଏହି ଛକର ଡିଭାଇଡ଼ର ଉପରେ ଆଜକୁ ଦୀର୍ଘ ଦିନ ହେଲା ଏକ ଭଙ୍ଗା ବିଦ୍ୟୁତ ଖୁଣ୍ଟ ପଡି ରହିଛି । ଯାହା ଯେ କୌଣସି ସମୟରେ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଛି ।

ଆଗକୁ ଯାଜପୁରର ପ୍ରସିଦ୍ଧ କାଳୀପୂଜା ପାଳିତ ହେବ । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ ସହରକୁ ଯିବା ଆସିବା କରିବେ । ଏହି ସମୟରେ ଏହି ଖୁଣ୍ଟଟି ବିପଦର କାରଣ ହେବା ଅସମ୍ଭବ ନୁହେଁ । ଏହାକୁ ତୁରନ୍ତ ଏଠାରୁ ହଟାଇବାକୁ ଅଜୟ କୁମାର ଦାସ, ବିନୟ ଭୂଷଣ ପଟ୍ଟନାୟକ ପ୍ରମୁଖ ଦାବି କରିଛନ୍ତି ।

The post ଯାଜପୁର ବଉଳ ମୂଳ ଛକରେ ବିପଦପୂର୍ଣ୍ଣ ଭାବେ ପଡି ରହିଛି ଭଙ୍ଗା ବିଦ୍ୟୁତ ଖୁଣ୍ଟ appeared first on orissaleads.

News