ବଦଳୁଛି ବରୀ ମାଉଣ୍ଡ-ଦରଘା ଛକ ରାସ୍ତା: ସାଧାରଣରେ ଖୁସି
ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଳକର ଜୀବନ ରେଖା କୁହା ଯାଉଥିବା ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତାକୁ ନେଇ ସାଧାରଣରେ ଖୁସି ପ୍ରକାଶ ପାଇଛି । ବେଶ କିଛି ମାସ ହେଲା ଏହି ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲୁଥିଲା ବେଳେ ଏବେ ଏହା ପିଚୁ ହେଉଛି । ଲଗାଣ ବର୍ଷା ଫଳରେ ଏହି ରାସ୍ତା ନିର୍ମାଣରେ ବିଳମ୍ବ ହୋଇଥିଲା । ଫଳରେ ଏହି ରାସ୍ତା ଦେଇ ଗତାଗତ କରିବା କଷ୍ଟକର ହୋଇ ପଡ଼ିଥିଲା । ହେଲେ ଏବେ ଏହି ରାସ୍ତା କାର୍ଯ୍ୟ ଶେଷ ହେବାକୁ ଯାଉଥିବାରୁ ଏହାକୁ ନେଇ ଖୁସି ପ୍ରକାଶ ପାଇଛି ।
ବଢି ପାରେ ଦୁର୍ଘଟଣା, ହମ୍ପସ ନିର୍ମାଣ ଦାବି
ରାସ୍ତା ପ୍ରଶସ୍ଥ ହେବା ସହିତ ପିଚୁ ହୋଇଥିବାରୁ ଏହି ରାସ୍ତାରେ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି । ଏହି ରାସ୍ତାରେ ବହୁ ଛୋଟ ପିଲା ସ୍କୁଲକୁ ଗତାଗତ କରୁଛନ୍ତି । ବହୁ ସଂଖ୍ୟାରେ ବାଇକ ଓ ଅନ୍ୟଗାଡି ଚାଳକ ଏଠାରେ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି । ଫଳରେ ଏଠାରେ ଦୁର୍ଘଟଣାର ଆଶଙ୍କା ରହୁଛି । ତେଣୁ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହମ୍ପସ ନିର୍ମାଣ କରିବାକୁ ଦାବି ହୋଇଛି । ପୂର୍ତ୍ତ ବିଭାଗ ଅଧିକାରୀ ଏ ନେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।
The post ବଦଳୁଛି ବରୀ ମାଉଣ୍ଡ-ଦରଘା ଛକ ରାସ୍ତା: ସାଧାରଣରେ ଖୁସି appeared first on orissaleads.
News