ବରୀ ମାଉଣ୍ଡ-ଦରଘା ରାସ୍ତା:ନିମ୍ନମାନର ପିଚୁ କାମକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ

ଓଡ଼ିଶା ଲିଡ୍ସ(ଯାଜପୁର): ନିକଟରେ ବରୀ ମାଉଣ୍ଡ ଠାରୁ ଦରଘା ପର୍ଯ୍ୟନ୍ତ ରାସ୍ତା ନୂତନ ଭାବେ ପିଚୁ ହୋଇଛି । ହେଲେ ଏହି ରାସ୍ତାର ବରୀ ମାଉଣ୍ଡ ଠାରୁ କୃପାସିନ୍ଧୁ ବିଦ୍ୟାଭବନ ପର୍ଯ୍ୟନ୍ତ ରାସ୍ତାର ପିଚୁ ମାତ୍ର ଗୋଟିଏ ଦିନ ପରେ ଉଠି ଯାଉଥିବା ଦେଖିବାକୁ ମିଳିଛି । ନିମ୍ନ ମାନର ପିଚୁ ପଡ଼ିଥିବାରୁ ରାସ୍ତାର ଏହି ଅବସ୍ଥା ହୋଇଛି । ଏହି ରାସ୍ତା କାମ ରାତିରେ ହୋଇଥିଲା । ହେଲେ ସକାଳକୁ ପିଚୁ ଉଠି ଯାଉଥିବା ଦେଖିବାକୁ ମିଳିଥିଲା । ସମ୍ପୃକ୍ତ ଠିକା ସଂସ୍ଥା ଏହାକୁ ଦେଖି ମଧ୍ୟ ଏହାକୁ ମରାମତି କରୁନାହିଁ । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ନିମ୍ନ ମାନର ପିଚୁ ହୋଇଥିବା ଅଂଶକୁ ତୁରନ୍ତ ଆଉ ଥରେ ପିଚୁ କରିବାକୁ ସାଧାରଣରେ ଦାବି ହୋଇଛି ।

The post ବରୀ ମାଉଣ୍ଡ-ଦରଘା ରାସ୍ତା:ନିମ୍ନମାନର ପିଚୁ କାମକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ appeared first on orissaleads.

News