ଛାତ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶକଲେ ପୂର୍ବତନମନ୍ତ୍ରୀ
ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ରୋଡର ଏକ ଘରୋଇ କଲେଜରେ +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିବା ମାଣତିରା ପଞ୍ଚାୟତ କେନ୍ଦୁଢିପି ଗାଁର ବିଜୟ କୁମାର ପାଲଙ୍କ ପୁତ୍ର ଆଶିଷ କୁମାର ପାଲଙ୍କ ଅକାଳ ବିୟୋଗ ହୋଇଛି । ଗତକାଲି ତାଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ନିଜ ଶୋକ ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ଏହି ଖବର ମତେ ମର୍ମାହତ କରିଛି । ଅସମୟରେ ଜଣେ ମେଧାବୀ ଛାତ୍ରଙ୍କ ବିଦାୟ ଅତ୍ୟନ୍ତ ହୃଦୟ ବିଦାରକ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ସହିତ ଏହି ଦୁଃଖ ସମୟରେ ତାଙ୍କ ପରିବାରକୁ ଭଗବାନ ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ।
The post ଛାତ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶକଲେ ପୂର୍ବତନମନ୍ତ୍ରୀ appeared first on orissaleads.
News